ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମାନ୍ୟବର ଶ୍ରମ ମନ୍ତ୍ରୀ

0
232

ପୋଲସରା : ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଚଢିଆପଡା କନକ ଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ସାହୁ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଅବଗତ କରାଇଥିଲେ। ଏଥିସହ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ବିଭିନ୍ନ ଯୋଜନା ବିଷୟରେ ଜଣାଇବା ସହ ସଠିକ ଶିକ୍ଷା ଗ୍ରହଣ କରି ଉତ୍ତମ ନାଗରିକ ହେବାପାଇଁ ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୋଡକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶାନ୍ତ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରୀଙ୍କ ସମେତ ବ୍ଳକ ଅଧ୍ଯକ୍ଷା କଳ୍ପନା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ, ସ୍ଥାନୀୟ ସରପଞ୍ଚ ଉତ୍କଳ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁଣ୍ଡ, ଶିକ୍ଷାବିତ ମୂରଲୀଧର ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ଦାସ, ରଙ୍କନିଧି ସାହୁ, ଓ ସିଆରସିସି ଦିଗମ୍ବର ମିଶ୍ର ଯୋଗଦେଇଥିଲେ। ସଂସ୍କୃତ ଶିକ୍ଷକ ବଳରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଚଢିଆପଡାରେ ପ୍ରଧାନ ଶିକ୍ଷକ ହରିହର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରୀଙ୍କ ସମେତ ସମିତିସଭ୍ଯା ପ୍ରମୋଦିନୀ ସାହୁ, ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାସ, ସମାଜସେବୀ ସତ୍ଯବାଦୀ ସାହୁ, ଅବସରପ୍ରାପ୍ତ ଶିକ୍ଷକ କୁମୁଦଶଚନ୍ଦ୍ର ଦଳାଇ, ପୂର୍ବତନ ସରପଞ୍ଚ ହରିହର ସାହୁ ଓ ସୁରେନ୍ଦ୍ରନାଥ ପ୍ରଧାନ ଉତ୍ସବରେ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here