ଭଞ୍ଜନଗରର ଛୋଟିଆ କୋଭିଡ ଯୋଦ୍ଧା ବିଶାଳ; ବାପାଙ୍କ ଦୋକାନରେ ଲଗାଇଲେ ସାନିଟାଇଜର ମଶିନ

0
1103

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କୋରନା ଭଳି ମହାମାରୀ ପରିସ୍ଥିତି ରେ ସ୍ୱୟଂଚାଳିତ ସାନିଟାଇଜ ମଶିନ ପ୍ରସ୍ତୁତ କରି ଚର୍ଚ୍ଚା କୁ ଆସିଛନ୍ତି ଗଂଜାମ ଜିଲ୍ଲା ଭଞ୍ଜନଗର ଖାଲାସି ସାହି ର ଏସ . ବିଶାଳ ଚୌଧୁରୀ। ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜରେ ଏମସିଏ ପଢୁଥିବା ବିଶାଳ ଲକ୍ ଡାଉନ ସମୟରେ ନିଜର ମୂଲ୍ୟବାନ ସମୟ ନଷ୍ଟ ନକରି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ମାତ୍ର୨୦୦୦ ଟଙ୍କା ରେ ଓ ୫/୬ ଦିନରେ ଏକ ପୋର୍ଟାବଲ ସାନିଟାଇଜ ମଶିନ କରିଛନ୍ତି। ଏଥିରେ ବିଶାଳ ଙ୍କୁ ତାଙ୍କ ସାନ ଭାଇ ଶିବାନଦ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଏହି ମଶିନ କୁ ସେ ତାଙ୍କ ବାପା ଙ୍କର ଥିବା କିରାଣୀ ଦୋକାନ ରେ ରଖିଛନ୍ତି ଓ ଦୋକାନ ଙ୍କୁ ଆସୁଥିବା ସମସ୍ତ ଗ୍ରାହକ ମାନକୁ ହେଣ୍ଡୱ।ସ କରି ଜିନିଷ ପତ୍ର କିଣି ବାକୁ କହୁଛନ୍ତି। ଏହି ମଶିନ ର ଵିଶେଷ୍ୟତ ହେଉଛି ହ୍ୟାଣ୍ଡୱାସ ଓ ସାନିଟାଇଜର ବୋତଲ କୁ ନଛୁଇଁ ଜଣେ ବିଶୋଧିତ ହୋଇପାରିବ। ତେବେ ଏ ନେଇ ବିଶାଳ କୁହନ୍ତି ଲକ୍ ଡାଉନ କୋହଳ ହେଲା ପରେ ଲୋକମାନେ ଦୋକାନ ବଜାର କୁ ଅଧିକ ଆସୁଥିବା ରୁ ସେ ତାଙ୍କ ବାପାଙ୍କ ଦୋକାନ ରେ ଏଭଳି ଏକ ମଶିନ ପ୍ରସ୍ତୁତ କରିବାକୁ ନିଜ ସାନ ଭାଇ ଙ୍କ ସହଯୋଗ ରେ ବନେଇଥିଲେ। ବିଶାଳ ଙ୍କ ଏଭଳି କାଯ୍ୟ ରେ ତାଙ୍କ ବାପା କୃଷ୍ଣମୂର୍ତ୍ତି ଚୌଧୁରୀ କହିଛନ୍ତି ଯେ ମୋ ପୁଅ ପାଇଁ ଆଜି ମୁ ଗର୍ବିତ ଓ ସେ କରିଥିବା ଏ ମଶିନ ପାଇଁ ଆଜି ତାଙ୍କ ଦୋକାନ କୁ ଗ୍ରାହକ ମାନେ ମଧ୍ୟ ଆସୁଛନ୍ତି। ବିଶାଳ ଙ୍କ ଏଭଳି ନିଆରା ପଦକ୍ଷେପ କୁ ଅଂଚଳବାସୀ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here