ପୋଲସରା :ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଜାନୁଆରୀ ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାର ଙ୍କ ମାନ୍ୟବର ଶ୍ରମ ଓ ଇଏସଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କଲେଜ ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ପୋଲସରା ଏନଏସି ର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, କଲେଜ ପରିଚାଳନା କମିଟି ସଭାପତି ଦୁର୍ଗା ପ୍ରସାଦ ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ବିଦ୍ୟୁତ ପ୍ରଭା ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ। ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ବୃନ୍ଦ, କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା