ଉତ୍କଳ ସାମ୍ବାଦିକ ସଙ୍ଘର ୭୮ତମ ପ୍ରତିଷ୍ଠା ଦିବସ ପାଳିତ

0
233

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): ଉତ୍କଳ ସାମ୍ବାଦିକ ସଂଘ ର ୭୮ ତମ ପ୍ରତିଷ୍ଠା ଦିବସ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ମେଗା ନର୍ସରି ପରିସରରେ କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ଯୋଗ ଦେଇ ସାମ୍ବାଦିକ ମାନେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କହିବା ସହ ସାମ୍ବାଦିକ ଓ ପ୍ରଶାସନ ମଧ୍ୟ ରେ ସୁ ସମ୍ପର୍କ ରହିଲେ ସାଧାରଣ ଲୋକ ମାନଙ୍କର ମୌଳିକ ସମସ୍ୟା ର ସମାଧାନ ହୋଇପାରିବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ମଧ୍ୟ ସାମ୍ବାଦିକ ମାନଙ୍କ ର ସହଯୋଗ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟବୀମା, ଭଳି ସାତ ଦଫା ଦାବୀ ଉପସ୍ଥାପନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଙ୍କ ସମେତ ଉପଦେଷ୍ଟା ସତ୍ୟ ନାରାୟଣ ପାଢ଼ୀ, ପ୍ରତାପ ଦିଗାଳ, ସନ୍ତୋଷ ମିଶ୍ର, ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀ, ଫିଲିମୋହନ ନାୟକ,ସୁବାଷ ପ୍ରଧାନ, ଅଜିତ ମହାରଣା, ପ୍ରେମ ଚାନ୍ଦ ସିଂ,ପବିତ୍ର ଦିଗାଳ, ବୈଦ୍ୟନାଥ ବେହେରା ,ସ୍ୱତନ୍ତ୍ର ନିମନ୍ତ୍ରୀତ ଅତିଥି ସମୀର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ମନୋରଞ୍ଜନ ରାୟ ଅତିଥି ମାନଙ୍କୁ ପରିଚୟ ଦେବା ସହ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ପ୍ରେମ ଚାନ୍ଦ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ ,ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ସମେତ ସଞ୍ଜୟ କୁମାର ପାଣିଗ୍ରାହୀ,ସମୀର କୁମାର ସାହୁ, ପ୍ରତାପ ନାୟକ ,ମାଧବ ଚନ୍ଦ୍ର ଦାଶ ,ବସନ୍ତ ବେହେରା,ଆଶୁତୋଷ ସାହୁ, କିଶୋର ସାହୁ, ଚିନ୍ମୟ ସେଠୀ, ହେମନ୍ତ ମୁଖୀ,ବଳଦେବ ବେହେରା, ସଦାନନ୍ଦ ରଥ, ସୁକାନ୍ତ ତ୍ରିପାଠୀ, ତାପସ ନାୟକ,ବୈଦ୍ୟନାଥ ନାୟକ, ଜ୍ୟୋତି ପ୍ରକାଶ ସାମନ୍ତରାୟ, ଅଶ୍ୱିନୀ କୁମାର ପାତ୍ର, ଲକ୍ଷ୍ମୀକାନ୍ତ ମଳିକଙ୍କ ସମେତ ଜିଲ୍ଲାର ପ୍ରତି ବ୍ଲକରୁ ସଦସ୍ୟ ମାନେ ଯୋଗ ଦେଇଥିଲେ l ସୂଚନା ଅନୁଯାୟୀ ରାଜ୍ୟର ଏକ ସର୍ବ ପୁରାତନ ସଂଘ କହିଲେ ଉତ୍କଳ ସାମ୍ବାଦିକ ସଂଘ ନାମରେ ସାମ୍ବାଦିକଙ୍କ ପାଇଁ ୧୯୪୫ ମସିହା ଠାରୁ ସର୍ବଦା କାର୍ଯ୍ୟ ସମ୍ପାଦନ କରି ଆସୁଛି । ଉତ୍କଳ ସାମ୍ବାଦିକ ସଙ୍ଘ ଯାହାକି ପ୍ରଥମେ ଦିଲ୍ଲୀରେ ଗଠନ ହୋଇ ବର୍ତ୍ତମାନ ଦେଶର ପ୍ରତି କୋଣ ଅନୁକୋଣରେ ସଦସ୍ୟତା ହାସଲ କରି ସାମ୍ବାଦିକ ମାନଙ୍କ ପାଇଁ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରିଆସୁଛି ।ଓଡ଼ିଶାର ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ପରିଚାଳନାରେ ସଂଘ ଦିନକୁ ଦିନ ସୁଦୃଢ଼ ହେଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here