ଦୁଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

0
726

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଦୁଇଜଣ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଅଛି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳ ପବିଙ୍ଗିଆ ଗ୍ରାମର ସୁନୀଲ ଦିଗାଳ (୩୫) ନାମକ ଜଣେ ଯୁବକ ୨୦୧୬ ଠାରୁ ୨୦୧୮ ମସିହା ଦୀର୍ଘ ଦୁଇବର୍ଷ ଏକ ଠିକାଦାର ସଂସ୍ଥା ଆରକେଡ଼ି ରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଉକ୍ତ ସମୟରେ ଆରକେଡ଼ି ସଂସ୍ଥା ବୁଡାମାହା ଠାରୁ ପାବୁରିଆ ରାସ୍ତା କାମ କରୁଥିଲା ସେହି ସମୟରେ ମଣ୍ଡାକିଆ ପଞ୍ଚାୟତ ଗଦରିଙ୍ଗିଆ ଗ୍ରାମର ଦୁଇ ନାବାଳିକା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ସୁନୀଲ ଦିଗାଳ ପ୍ରଥମେ ଜଣେ ନାବାଳିକାକୁ ପ୍ରଲୋଭିତ କରି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ପୁଣି ଉକ୍ତ ସମୟରେ ଦ୍ଵିତୀୟ ନାବାଳିକାକୁ ସମାନ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଠିକା ସଂସ୍ଥାର କାର୍ଯ୍ୟ ସମ୍ପାଦନ ହେବା ପରେ ଖବର ବାହାରେ ପ୍ରକାଶ ପାଇବାରୁ ସୁନୀଲ ଦିଗାଳ ଉଭୟ ନାବାଳିକାଙ୍କୁ ନେଇ ଫୁଲବାଣୀ ଠାରେ ଏକ ଭଡାଘର ନେଇ ରଖିଥିଲା । ଦୀର୍ଘଦିନ ଧରି ନାବାଳିକା ଦୁଇଜଣ ନିଖୋଜ ହେବାପରେ ନାବାଳିକାଙ୍କ ପିତା ପଞ୍ଚାନନ ପ୍ରଧାନ ଏବଂ ଗୌର ପ୍ରଧାନ ଗତ ୩/୦୯/୨୦୧୯ ତାରିଖ ଦିନ ରାଇକିଆ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ରାଇକିଆ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ସୁନୀଲ ଦିଗାଳ ଦୁଇ ନାବାଳିକାଙ୍କୁ ନେଇ ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାକୁ ଧରିବାରେ ଅକ୍ଷମ ହେଇଥିଲା । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦୁଇ ନାବାଳିକାଙ୍କୁ ଫୁଲବାଣୀର ଏକ ଭଡାଘରୁ ଉଦ୍ଧାର କରିଥିଲା କିନ୍ତୁ ସୁନୀଲ ଦିଗାଳ ସେଠାରୁ ଫେରାର ହୋଇଯାଇଥିଲା । ଏହାପରେ ପୋଲିସ ସୁନୀଲ ଦିଗାଳ କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଆଜି ସକାଳୁ ସୁନୀଲ ଦିଗାଳ ଏକ ଘରୋଇ ବସରେ ଲୁଚି ଯାଉଥିବା ବେଳେ ରାଇକିଆ ପୋଲିସ ତାକୁ କ.ନୂଆଗାଁ ଠାରେ ଗିରଫ କରିଥିଲା । ଗିରଫ ପରେ ସେ ତାର ଦୋଷ ସ୍ଵୀକାର କରିଥିଲା । ଜଣେ ନାବାଳିକା ୧୬ ବର୍ଷ ଥିବାବେଳେ ଅନ୍ୟଜଣେ ୧୭ ବର୍ଷ ବୋଲି ଜଣାପଡିଅଛି । ପ୍ରଥମ ନାବାଳିକା ଗର୍ଭବତୀ ଥିବାରୁ ତାକୁ ଜି.ଉଦୟଗିରୀ ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ରେ ରଖାଯାଇଥିବାବେଳେ ଅନ୍ୟ ଜଣେ ଅଭିଭାବକଙ୍କ ପାଖରେ ଅଛନ୍ତି । ଜି.ଉଦୟଗିରୀ ଏସଡିପିଓ ଜୟକୃଷ୍ଣ ବେହେରା ଏବଂ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଅଲେଖ ଗରଡିଆ ଏକ ସାମ୍ବାଦିକ ସମ୍ମଳନୀରେ ରାଇକିଆ ଥାନା କେସ ନମ୍ବର ୬୦/୧୯ ଧାରା ୩୬୩,୩୭୬(2N), ୩୭୬(୩),୩୪୨, ୫୦୬ ଏବଂ ପୋସ୍କୋ ଆକ୍ଟ ୬ ରେ ମାମଲା ରୁଜୁକରି ସୁନୀଲ ଦିଗାଳ କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here