ଖଲ୍ଲିକୋଟ କେନ୍ଦୁପାଟ ଗ୍ରାମରେ ଅଘଟଣ : ବାରହା ଶିକାର କରିବା ପାଇଁ ରଖିଥିବା ବମ ଗାଈ ଖାଇ ଗୁରୁତର

0
314

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗ୍ରାମରେ ଆଜି ଘଟିଛି ଅଘଟଣ । ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବମ ଗାଈ ଖାଇଦେବାରୁ ପାଟିରେ ବୋମା ବିସ୍ଫୋରଣ ଘଟି ଅବସ୍ଥା ଗୁରୁତର ହୋଇ ପଡିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁପାଟ ଗ୍ରାମର କିଛି ଦୁର୍ବୁତ୍ତ ନିୟମିତ ଭାବେ ବାରହା ଶିକାର କରନ୍ତି । ଏଥିପାଇଁ ସେମାନେ ବିଲ ମଧ୍ୟରେ ବୋମା ରଖନ୍ତି ଏବଂ ବାରହା ତାକୁ ଖାଇ ମୃତ୍ୟୁ ବରଣ କରନ୍ତି ।ତେବେ ବେଳେ ବେଳେ ଗାଈଗୋରୁ ମଧ୍ୟ ବିଲରେ ଚରୁଥିବା ବେଳେ ଏହି ବୋମା କୁ ଖାଇ ମୃତ୍ୟୁବରଣ କରିଥିବା ନଜିର ରହିଛି  । ତେବେ ଆଜି କେନ୍ଦୁପାଟ ଗ୍ରାମର ସୁଦୁରୁ ରାଉତଙ୍କ ଗାଈ ରବିବାର ଦିନ ବାହାରକୁ ଚରିବାକୁ ଯାଇ ଘରକୁ ଫେରି ନଥିଲା ।ଆଜି ସକାଳୁ ବହୁ ଖୋଜାଖୋଜି ପରେ ଦିନ ୧୦ ଟାରେ ଗ୍ରାମର ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ମୁହଁ ର ତଳ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି । ଏ ନେଇ ସୁଦୁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପାଇ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ କେନ୍ଦୁପାଟ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନ୍ୟଜନ୍ତୁ ଶିକାର କରୁଥିବା ମାଫିଆଙ୍କ ଟେର୍ ପାଉନି ବନବିଭାଗ ।

LEAVE A REPLY

Please enter your comment!
Please enter your name here