ବେଲଗୁଣ୍ଠା ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରେ ବନମହୋତ୍ସବ

0
225

ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିଂହମର୍ଦ୍ଦନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ 72 ତମ ବନମହୋତ୍ସବ ପାଳନ କରାଯାଇଛି I ଏହି ଅବସରରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେଇ ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ସ୍ମୃତିରେ ନିମ ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ୍ ଜିଲ୍ଳା ସଂଯୋଜକ ବି.ଗୋବିନ୍ଦ ରାଓଙ୍କ ସମେତ ଅନ୍ୟ ଅଧ୍ୟାପକ ,ଅଧ୍ୟାପିକା ଏବଂ ରେଡ଼କ୍ରସ୍ ସ୍ଵେଚ୍ଛାସେବୀମାନେ ସହଯୋଗ କରିଥିଲେ I ସିଂହମର୍ଦ୍ଦନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା ତ୍ରିପାଠିଙ୍କ ତତ୍ତ୍ୱାବଧାନରେ ଚାରା ରୋପଣ କରାଯାଇଥିଲା I ଉଭୟ ସ୍ଥାନରେ ଗାଙ୍ଗପୁର ବନପାଳ ଜି.ଭେଙ୍କଟ ରାଓ ଦୋରା ଏବଂ ଅନ୍ୟ ବନ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ସେହିପରି ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ପାଳିତ ହୋଇଯାଇଛି I ବେଲଗୁଣ୍ଠା ବନପାଳ ବବୁଲ୍ କୁମାର ସେଠୀ ଏବଂ ଅନ୍ୟ ବନକର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଇକୋ କ୍ଲବ୍ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here