ଭଞ୍ଜନଗର ଉପଖଣ୍ଡ ରେ ଶୁଭାରମ୍ଭ ହେଲା ଧାନ ସଂଗ୍ରହ

0
233

ଭଞ୍ଜନଗର: ଚଳିତ ବର୍ଷ ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଶୁକ୍ରବାର ଠାରୁ ଭଞ୍ଜନଗର ଉପଖଣ୍ଡରେ ସରକାରୀ ଧାନ ମଣ୍ଡି ଖୋଲିଛି। ଭଞ୍ଜନଗର ବ୍ଲକ ରେ ୧୨ଟି ସମବାୟ ସମିତି ଏବଂ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମୋଟ ୧୫ଟି ସ୍ଥାନରୁ ଧାନ ସଂଗ୍ରହ କରିବା ପାଇଁ ସ୍ଥିର ହୋଇଛି।ପ୍ରଥମ ଦିବସରେ ଭଞ୍ଜନଗର ବ୍ଲକର ବ୍ରାହ୍ମଣ ପଦର ଠାରେ ମାଆ ଘଟ ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ମଣ୍ଡିକୁ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର, ତହସିଲଦାର ଅଚ୍ୟୁତାନନ୍ଦ ଯାନୀ,ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମ ଦିନରେ ପାଞ୍ଚ ଜଣ ଚାଷୀ ଙ୍କ ଠାରୁ ଦୁଇ ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଏଥିରେ ବିଭାଗୀୟ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ବନମାଳୀ ଗୌଡ଼, ସମିତି ସଭ୍ୟା ପ୍ରତିନିଧି କେଶବ ଗୌଡ଼, କାଳୀ ଚରଣ ବିଷୋୟୀ ଙ୍କ ସମେତ ଅନ୍ୟ ଜନସାଧାରଣ ସହଯୋଗ କରିଥିଲେ। ଏଥି ସହିତ ଉପଖଣ୍ଡର ବିଭିନ୍ନ ବ୍ଳକରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣାପଡ଼ିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here