ଲୋଚାପଡାରେ ଅତ୍ୟାଧୁନିକ ଦନ୍ତ ଚିକିତ୍ସାଳୟ ଉଦଘାଟିତ

0
227

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ଠାରେ ଏସପି ଡେଣ୍ଟାଲ୍ କେର୍ ନାମକ ଏକ ଅତ୍ୟାଧୁନିକ ଦନ୍ତ ଚିକିତ୍ସାଳୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ହିତ ନିମନ୍ତେ ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏମ.କେ.ସି.ଜି ମେଡ଼ିକାଲ କଲେଜର ଡେଣ୍ଟାଲ୍ ବିଭାଗର ପ୍ରଫେସର ଡ଼ଃ କିରଣ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ରିବନ୍ କାଟି ଉଦଘାଟନ କରିଥିଲେ ।ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଆଧୁନିକ ଡେଣ୍ଟାଲ୍ କ୍ଲିନିକ ସ୍ଥାପନ ଜନସାଧାରଣଙ୍କ ନିମନ୍ତେ ଖୁବ୍ ଉପଯୋଗ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।କ୍ଲିନିକର ପ୍ରତିଷ୍ଠାତା ଡ଼ଃ ପ୍ରିତୀ ପାତ୍ରଙ୍କ ସାଧୁ ଉଦ୍ୟମରେ ପ୍ରତିଷ୍ଠିତ ଏହି କ୍ଲିନିକରେ ଆଧୁନିକ ଦନ୍ତ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେବ ବୋଲି କହିଛନ୍ତି ।ଉକ୍ତ ଉଦଘାଟନି କାର୍ଯ୍ୟକ୍ରମରେ ଭେଷଜ ପ୍ରଫେସର ଡ଼ଃ ଶିବରାମ ପଣ୍ଡା,ପରମାନନ୍ଦ ମିଲ୍ ମାଲିକ ଦେବରାଜ ପାତ୍ର,ଲୋଚାପଡା ସରପଞ୍ଚ ଏଲ୍.ମୋହନ ଦାସ,ସମିତି ସଭ୍ୟ ଚଣ୍ଡି ଚରଣ ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର,ଲିଙ୍ଗରାଜ ପାତ୍ର,ଅର୍ଜୁନ ଦାସ,ଲୋକେଶ ପାତ୍ର, ଅଜିତ କୁମାର ପାତ୍ର,ଡ଼ଃ ସୁଦର୍ଶନ ପାତ୍ର,ବିଶ୍ୱନାଥ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here