ବିଜେପି ପକ୍ଷରୁ ଧାନ ବିକ୍ରି ପାଇଁ ଦାବିପତ୍ର ପ୍ରଦାନ

0
404

କୋଷାଗୁମୁଡା( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଲ୍ୟାମ୍ପ ପରିଚାଳକଙ୍କ ଜରିଆରେ ଜିଲ୍ଲା ବିଜେପି ଦଳର ଏକ ପ୍ରତିନିଧି ଦଳ ଶୁକ୍ରବାର ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାଥୀ ଗୌରୀ ଶଙ୍କର ମାଝୀ ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ଓ ଶହଶହ ଚାଷୀ କୋଷାଗୁମୁଡା ଲ୍ୟାମ୍ପ କୁ ଆସି ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଦୁଃଖର ବିଷୟ କୋଷାଗୁମୁଡା ଲ୍ୟାମ୍ପ ପରିଚାଳକ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ଦେଖା ମିଳିନଥିବା ରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ତାପରେ ଲ୍ୟାମ୍ପ ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଚାଷୀଙ୍କ କହିବା ଅନୁଯାୟୀ କୋଷାଗୁମୁଡା ଲ୍ୟାମ୍ପ ଅଧିନର ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିଥିଲେ , ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ୍ ମଧ୍ୟ ଆସିଥିଲା କିନ୍ତୁ ପ୍ରକୃତ ଚାଷୀଙ୍କ ଧାନ ନକିଣି କିଛି ଦଲାଲ , ବ୍ୟବସାୟୀ ଓ କିଛି ପ୍ରଭାବଶାଳୀ ଙ୍କ ଠାରୁ ହଜାରହଜାର କ୍ୟୁଣ୍ଟାଲ ଧାନ କିଣା ଯାଇଥିଲା । ବର୍ତ୍ତମାନ ଛୋଟ ଚାଷୀ ଧାନ ବିକ୍ରି ନକରି ହଇରାଣ ହେଉଛନ୍ତି , ଚାଷୀ ଆଣିଥିବା ଋଣ କରଜ କିଭଳି ସୁଝିବ ସେନେଇ ଚିନ୍ତାରେ ଅଛନ୍ତି । ସେହିପରି ଚଳିତ ମାସ ୧୫ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା , ସେଦିନ ସମସ୍ତ କାର୍ଯ୍ୟଳୟ ବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର , ଉକ୍ତ ଦିନ କୋଷାଗୁମୁଡା ଲ୍ୟାମ୍ପ ପକ୍ଷରୁ ସନ୍ତୋଷପୁର ଗ୍ରାମର ଏକ ପାନ ଦୋକାନ ରେ ଚାଷୀଙ୍କ ଧାନ କିଣି ଆଇ ସ୍କେନ କରାଯାଇଥିବା ଦାବିପତ୍ର ରେ ଚାଷୀ ଅଭିଯୋଗ କରିଛନ୍ତି । ଗତ ଦିନରେ ଚାଷଙ୍କ ୩୦ ପ୍ରତିଶତ ଧାନ ବିକ୍ରି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା , କିନ୍ତୁ ତାହା ମଧ୍ୟ କୋଷାଗୁମୁଡା ଲ୍ୟାମ୍ପରେ ହେଉନାହିଁ । ଯଦ୍ୱାରାକି ଚାଷୀଙ୍କ ଧାନ ମଣ୍ଡିରେ ଶୀତ କାକରରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡିରହିଛି । ଯଦି ଅଳ୍ପ ଦିନ ମଧ୍ୟରେ ଏହାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ଦଳର ଅନେକ ନେତା, କର୍ମୀ ଙ୍କ ସହ ବହୁ ଚାଷୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here