ପୈତୃକ ସମ୍ପତିକୁ ନେଇ ବିବାଦ,ଘରେ ପଶି ମହିଳାଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ, ୬ଗିରଫ

0
249

ଵ୍ରହ୍ମପୁର :ପୈତୃକ ସମ୍ପତିକୁ ନେଇ ତିନି ଭାଇଙ୍କ ମଧ୍ୟରେ ମାରପିଟ୍ ଓ ଗଣ୍ଡଗୋଳ ହୋଇଥିବା ବେଳେ ଜନୈକା ମହିଳାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ଲୁଟ୍ କରିବା ଘଟଣାରେ ବଡବଜ଼ାର ପୋଲିସ ୬ ଜଣ ଅପରାଧୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ, ଆଇନାବନ୍ଧ ନିକଟ ଝରଣା ନଗର ଅଞ୍ଚଳର ଜଳନ୍ଧର ଦାସ (୫୫), ଶିଶିର ଦାସ(୨୭), ଚିନ୍ମୟ ଦାସ(୨୧), ପୁରୁଣା ଵ୍ରହ୍ମପୁର ତଳ ମେଣ୍ଟୁଛକର ବଜରଙ୍ଗୀ ପାଢ଼ୀ(୨୫), ଲୋକନାଥ ଚୌଧୁରୀ(୨୪) ଓ ଜଗବନ୍ଧୁ ହୁଡା ସାହିର ରୋଶନ ଖଟେଇ(୨୦) ବୋଲି ସୂଚନା ମିଳିଛି । ଗତ ଅକ୍ଟୋବର ୨୪ ତାରିଖ ରାତ୍ର ୧୧ଟା ସମୟରେ ଜଳନ୍ଧର ଦାସ ଓ ତାଙ୍କ ସହଯୋଗୀ ମାନେ ଖଣ୍ଡା ,କାତି,ଠେଙ୍ଗା ଓ ବୋମା ଧରି ଆଇନାବନ୍ଧ ସାହିରେ ରହୁଥିବା ସସ୍ମିତା ଗୌଡ଼ଙ୍କ ଘର କବାଟ ଭାଙ୍ଗି ଘରେ ପଶିଥିଲେ ।ଘର ଭିତରେ ଥିବା ଫ୍ରିଜ୍ ,ଟିଭି, ଫେନ ଇତ୍ୟାଦି ଭଙ୍ଗାରୁଜା କରିଥିଲେ। ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଭୟଭୀତ କରିବା ସହ ସୁନାର ଦୁଇ ହଳ କାନଫୁଲ ,ଦୁଇଟି ଗ୍ୟାସ ସିଲିଣ୍ଡର ସହ ନଗଦ ୮,୪୦୦ ଟଙ୍କା ଲୁଟି ନେଇଥିଲେ। ଏନେଇ ପୁଲିସକୁ ଖବର କଲେ ବୋମା ପକାଇ ଜୀବନରେ ମାରିଦେବୁ ବୋଲି ମହିଳାଙ୍କୁ ଅଭିଯୁକ୍ତମାନେ ଧମକଚମକ ଦେଇଥିଲେ । ପରେ ସସ୍ମିତା ଗୌଡ଼ ଏ ନେଇ ବଡବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସଥାନାରେ କେସ ନଂ ୨୮୧/୨୨ରେ ଏକ ମାମଲା ରୁଜୁ କରି ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here