ଭାଲୁଆସାହି ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
237

ବୁଗୁଡା: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ନଭେମ୍ବର ୧୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଖଡାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷ ଓ ଜୋତା ବଣ୍ଟନ ମେଳାରେ ଅତିଥି ଭାବେ ବିଇଓ ଅଫିସ ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ, ସିଆରସିସି ଶଶିକାନ୍ତ ପାତ୍ର ଓ ଏସଏମସି ସଭାପତି ଜଗଗନ୍ନ ଗୌଡ଼ ଯୋଗଦେଇଥିଲେ। ଗୁରୁଜନମାନଙ୍କୁ ସମ୍ମାନ ଜଣାଇ ଉତ୍ତମ ଭାବେ ଶିକ୍ଷା ଗ୍ରହଣ କରିବାକୁ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିବା ସହ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। କମିଟି ସଦସ୍ୟ ସଦସ୍ୟା ଓ ଅଭିଭାବକ ବୃନ୍ଦ ଏହି ମେଳାରେ ଉପସ୍ଥିତ ଥିଲେ। ଶିକ୍ଷକ ବୁଲୁ ବେହେରା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here