ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳିନ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ସଂସ୍ଥା, ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ଭୁବନେଶ୍ୱରର ରେଡକ୍ରସ ଭବନ ଠାରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ଯେଉଁଥିରେ ଏହାର ଶହେରୁ ଅଧିକ ସଦସ୍ୟ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ ଖୁବ ଉତ୍ସାହର ସହିତ ଏହି ମହାନ କାର୍ୟ୍ୟରେ ଅଂଶଗ୍ରହଣ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଏହି ଅବସରରେ ମୃଣାଳ କାନ୍ତି ଦାସ, ଅତିରିକ୍ତ ମିଶନ ନିର୍ଦ୍ଦେଶକ, ଏନଏଚଏମ ଓଡ଼ିଶା ଏବଂ ଶ୍ରୀ ବିଭୂତି ଭୁଷଣ ପଟ୍ଟନାୟକ, ଆଇଏଏସ(ରିଟାୟର୍ଡ), ସମ୍ମାନନୀୟ ସଚିବ, ଇଣ୍ଡିଆନ ରେଡ କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କାର୍ୟ୍ୟକ୍ରମକୁ ଆଗକୁ ବଢ଼ାଇଛନ୍ତି ଏବଂ ଆଗକୁ ରାଜ୍ୟର ଆହୁରି ଅଧିକ ଲୋକଙ୍କୁ ସେବା ଯୋଗାଇଦେବା ଦିଗରେ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଛନ୍ତି ।
ରାଜ୍ୟରେ ୫ ମାର୍ଚ୍ଚ ୨୦୧୩ରେ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଥିଲା ଏବଂ ଏହା ପରଠାରୁ ଏହି ସେବା ସମଗ୍ର ରାଜ୍ୟରେ ୮୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛି । ଏହି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳ ଠାରୁ ଆରମ୍ଭ କରି ଅପହଂଚ ଉପାନ୍ତ ଅଂଚଳଗୁଡ଼ିକରେ ସମସ୍ତ ପ୍ରତିବନ୍ଧକୁ ଭାଙ୍ଗି ରୋଗୀଙ୍କୁ ସରକାରୀ ସ୍ୱାସ୍ଥ୍ୟଯତ୍ନ ସଂଗଠନଗୁଡ଼ିକ ସହିତ ଯୋଡ଼ିବାକୁ ସକ୍ଷମ ହୋଇଛି ।
ଏହି ପରିପ୍ରେକ୍ଷୀରେ ଜିକିତ୍ସା ହେଲଥ କେୟାର ଲିଃ.ର ରାଜ୍ୟ ମୁଖ୍ୟ, ଶ୍ରୀ ସବ୍ୟସାଚ୍ଚୀ ବିଶ୍ୱାଳ କହିଛନ୍ତି ଯେ, “ ଗତ ୯ ବର୍ଷ ଧରି ଆମ୍ଭେମାନେ ରାଜ୍ୟର ଲୋକମାନଙ୍କୁ ସଫଳତାର ସହ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛୁ । ଲୋକ ମାନଙ୍କ ସେବାରେ ଆମ ପ୍ରତ୍ୟେକ କର୍ମଚାରୀ ନିଜକୁ ସର୍ବଦା ସମର୍ପିତ ରଖିଛନ୍ତି । ଆଜିର ଏହି ରକ୍ତ ଦାନ ଶିବିର ଲୋକ ମାନଙ୍କ ସେବା ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢିଭୁତ କରିପାରିଛି ।”
ବର୍ତମାନ ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ସମୁଦାୟ ୧୧୨୪ଟି ୧୦୮ ଆମ୍ବୁଲାନ୍ସ କାର୍ୟ୍ୟକାରୀ କରାଯାଉଛି । ୧୦୮ ଆମ୍ବୁଲାନ୍ସ ସେବା ମାଧ୍ୟମରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସମେତ ଏପର୍ୟ୍ୟନ୍ତ ପ୍ରାୟ ୮୫ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀ ଉପକୃତ ହୋଇଛନ୍ତି । ସମାନରୂପେ ନଦୀ ଘେରରେ ରହିଥିବା ଅଂଚଳଗୁଡ଼ିକରେ ୬ଟି ବୋଟ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି । ଅସହାୟ ରୋଗୀଙ୍କ ଠାରୁ କଲ ଗ୍ରହଣ କରିବା ଏବଂ ଯଥା ଶୀଘ୍ର ସମ୍ଭବ ସେମାନଙ୍କୁ ହସ୍ପିଟାଲକୁ ପଠାଇବା ପାଇଁ ଏହି ଏଜେନ୍ସିର ଏକ ଉତ୍ସଗୀକୃତ ଟିମ ସର୍ବଦା ସକ୍ରିୟ ଭାବେ କାର୍ୟ୍ୟରତ ରହିଛି । ଏହାର ଭୁବନେଶ୍ୱର ଇଂଟିଗ୍ରେଟେଡ ସେଂଟର ଠାରେ ରହିଥିବା କାର୍ୟ୍ୟନିର୍ବାହୀମାନେ ରୋଗୀଙ୍କ ସଠିକ ଲୋକେସନ ଚିହ୍ନଟ କରନ୍ତି ଏବଂ ଯଥା ଶୀଘ୍ର ସମ୍ଭବ ସେମାନଙ୍କୁ ଉପଲବ୍ଧ ନୀକଟସ୍ଥ ଆମ୍ବୁଲାନ୍ସ ଯୋଗାଇଦେବାରେ ସାହାଯ୍ୟ କରିଥାନ୍ତି ।
ରୋଗୀଙ୍କୁ ସ୍ଥାନାନ୍ତର କରିବା ବ୍ୟତୀତ ଏଭଳି ଅନେକ ଉଦାହରଣ ରହିଛି ଯେଉଁଠାରେ କ୍ରିୟୁ ସଦସ୍ୟମାନେ ବିଭିନ୍ନ ଆହ୍ୱାନ ସତ୍ୱେ ମଧ୍ୟ ଲୋକଙ୍କ ବହୁମୂଲ୍ୟ ଜୀବନ ବଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ବିଭିନ୍ନ ସମୟରେ ଅନେକ କ୍ରିୟୁ ସଦସ୍ୟ ରୋଗୀଙ୍କ ବହୁମୂଲ୍ୟ ସାମଗ୍ରୀ ଫେରାଇ, ଜରୁରୀକାଳୀନ ପରିସ୍ଥିରେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଏବଂ ଅତିରିକ୍ତ ଦୂରତା ଅତିକ୍ରମ କରି ଯାଇ ରୋଗୀଙ୍କୁ ସାହାଯ୍ୟ କରିଛନ୍ତି । ସେମାନଙ୍କ ଏଭଳି ସଚ୍ଚୋଟତା ଏବଂ କର୍ତବ୍ୟ ପ୍ରତି ସେମାନଙ୍କ ନିଷ୍ଠା ପାଇଁ ସାଧାରଣ ଲୋକଙ୍କ ଠାରୁ ଅନେକ ପ୍ରଶଂସା ପାଇଛନ୍ତି ।