ବାପାଙ୍କ ପାଇଁ ଘର ଘର ବୁଲି ପ୍ରଚାର କଲେ ଛଅ ବର୍ଷର ପୁଅ

0
270

ବେଲଗୁଣ୍ଠା: ତ୍ରିସ୍ତରୀୟ ପଂଚାୟତ ବୈତରଣୀ ପାରି ହେବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଅଭିନବ ଢ଼ଙ୍ଗରେ ପ୍ରଚାର କରୁଥିବା ଦେଖାଯାଉଛି I ଆଜି ବେଲଗୁଣ୍ଠା ବ୍ଳକ୍ ର ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ତାଙ୍କ ଛଅ ବର୍ଷର ପୁଅ ଘର ଘର ବୁଲି ବାପାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତରେ ଯୁବ ବିଜେଡ଼ି ନେତା, ଉଚ୍ଚ ଶିକ୍ଷିତ ଯୁବକ, ଯୁବ ସାମ୍ବାଦିକ ତଥା ବେଲଗୁଣ୍ଠା ପ୍ରେସକ୍ଲବ କୋଷାଧ୍ୟକ୍ଷ ବିଭୂପାଦ ଜେନା ସମିତି ସଭ୍ୟ ପଦବୀ ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ ହୋଇଛନ୍ତି I ଆଜି ବିଭୂପାଦ ଗୋବରା ପଂଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରୁ୍ଥିବା ବେଳେ ପ୍ରଚାରର ମୁଖ୍ୟ ଆକର୍ଷଣ ସାଜିଥିଲେ ବିଭୂପାଦଙ୍କ ଛଅ ବର୍ଷର କୁନି ପୁଅ I ସେ ମଧ୍ୟ ନିଜ ବାପା ବିଭୂପାଦ,ସରପଞ୍ଚ ପ୍ରାର୍ଥୀନୀ ଏବଂ 47 ନମ୍ବର୍ ଜିଲ୍ଳା ପରିଷଦ ପ୍ରାର୍ଥୀଙ୍କ ବିଜୟ ପାଇଁ ଜନ ସାଧାରଣଙ୍କ ପାଦ ଛୁଇଁ ଭୋଟ ମାଗିଥିଲେ I ଆଜିର ପ୍ରଚାର କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରାଥିନି ସୁପ୍ରଭା ନାୟକ, ଜିଲ୍ଲା ପରିଷଦ ପ୍ରାଥିନି ପ୍ରଭାସିନୀ ନାୟକ ଓ ସମିତି ସଭ୍ୟ ପ୍ରାଥି ବିଭୂପାଦଙ୍କ ପାଇଁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା 47 ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ମଧ୍ୟ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here