ଭଞ୍ଜନଗର ପୁଲିସ ପକ୍ଷରୁ ବ୍ୟାଙ୍କରେ ମକ ଡ୍ରିଲ୍ ; ସୁରକ୍ଷା ଉପରେ ଗୁରୁତ୍ୱ

0
224

ଭଞ୍ଜନଗର : ବ୍ୟାଙ୍କ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଶୁକ୍ରବାର ଭଞ୍ଜନଗର ପୁଲିସ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଥିଲା। ପ୍ରତିଦିନ ବ୍ୟାଙ୍କରେ ଲକ୍ଷ ଲକ୍ଷ ଟଙ୍କା କାରବାର ହେଉଥିବାରୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି। ଭଞ୍ଜନଗର ସହରର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଦୁଇଟି ଶାଖାରେ ପୁଲିସ କର୍ମଚାରୀମାନେ ଛଦ୍ମବେଶରେ ଅତର୍କିତ ଭାବେ ପଶିଥିଲେ।ଏହାଦେଖି କିଛି ସମୟ ପାଇଁ ବ୍ୟାଙ୍କ ଭିତରେ ଥିବା ଗ୍ରାହକ ମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡ଼ିଥିଲେ।ସେହିପରି ବ୍ୟାଙ୍କର ସୁରକ୍ଷା ନିମନ୍ତେ ମ୍ୟାନେଜର, କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ଥାନା ଅଧିକାରୀଙ୍କ ସମେତ ଏସଆଇ ମୋହନ କହଁର ଏବଂ ଓଏସଏପି କର୍ମଚାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here