ଗଞ୍ଜାମ ଜିଲ୍ଲା ନିବନ୍ଧକଙ୍କ ଦିନିକିଆ ତାଲିମ ଶିବିର

0
222

ଛତ୍ରପୁର : ଶନିବାର ଦିନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ନିବନ୍ଧକଙ୍କ ଦିନିକିଆ ତାଲିମ୍ ଶିବିର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ ଶିବିରରେ ଜମିଜମା ରେଜିଷ୍ଟ୍ରେସନ୍ ଆଇନ୍ ଓ ନିୟମ, ଭାରତୀୟ ଷ୍ଟାମ୍ପ ଆଇନ୍, ଓଡିଶା ଷ୍ଟାମ୍ପ ନିୟମ ୧୯୫୨ ଏବଂ ଷ୍ଟାମ୍ପ ପେପର ଆଇନ୍ ୧୯୯୦ ଉପରେ ବିଶଦ ଭାବେ ତାଲିମ୍ ଦିଆଯାଇଥିଲା । ଏହା ସହ ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଇ-ରେଜିଷ୍ଟ୍ରେସନ୍, ଇ ଷ୍ଟାମ୍ପଙ୍ଗ ପ୍ରୋସେସ୍, ଭାରତୀୟ ଷ୍ଟାମ୍ପ ଆଇନ୍ ବଜାର ଦର ଓ ବେଞ୍ଚମାର୍କ ଦର ନିର୍ଦ୍ଧାରଣ, ସ୍ବତନ୍ତ୍ର ବିବାହ ଆଇନ୍ ୧୯୫୪ ଅନୁଯାୟୀ ବିବାହ ପଞ୍ଜିକରଣ ଏ ସମସ୍ତ କାର୍ଯ୍ୟରେ ନିବନ୍ଧକ ଓ ଜିଲ୍ଲା ନିବନ୍ଧକଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ତ କର୍ମଚାରୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି ତାଲିମ୍ ଶିବିରରେ ରେଜିଷ୍ଟ୍ରେସନ୍ ରେ ଆପତ୍ତି ଅଭିଯୋଗ ( ଗ୍ରିଭେନ୍ସ ପିଟିସନ୍/ଅବଜେକ୍ସନ୍ ପିଟିସନ୍) ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଡଃ ସ୍ମିତା ମହାନ୍ତି, ଅନୁ ଶାସନ ସଚିବ, ଡେପୁଟି ଆଇ.ଜି.ଆର୍, କେନ୍ଦ୍ରାଞ୍ଚଳ, ଦେବ ରଞ୍ଜନ ମହାନ୍ତି ଡେପୁଟି ଆଇ.ଜି.ଆର୍. (ଉତ୍ତରାଞ୍ଚଳ), ମନୋଜ ସ୍ବାଇଁ, ଅପରେସନ୍ ମ୍ୟାନେଜର, ବିପିନ ସାହୁ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ । ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା ।
ଏହି ତାଲିମ୍ ଶିବିରରେ ଜିଲ୍ଲାର ସମସ୍ତ ନିବନ୍ଧକ, ଉପ ନିବନ୍ଧକ ଓ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here