“ଘୁମୁସର ର ସ୍ବର” ପକ୍ଷରୁ ୧୧୭ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ; କବି ଲଡୁ କିଶୋର ପଢ଼ିଆରୀ ସମ୍ବର୍ଦ୍ଧିତ

0
251

ଭଞ୍ଜନଗର: ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସରର ସ୍ବର ପକ୍ଷରୁ କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଝୋଲରୀ ଜୟ କିଶାନ ସେବାଶ୍ରମ ପରିସରରେ ପ୍ରତିଷ୍ଠାନର ସଭାପତି ତଥା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭାରେ ବରିଷ୍ଠ ସାହିତ୍ୟିକ ତଥା ଅଧିବକ୍ତା ସୋମନାଥ ନାୟକ ଉଦ୍ ଘାଟକ ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ କବି ଚିନ୍ମୟ କୁମାର ବେବର୍ତ୍ତା,ଅନ୍ୟତମ ଅତିଥି ଭାବେ ଡକ୍ଟର ବିମଳ ପଟ୍ଟନାୟକ,ନେତାଜୀ ବିଷୋୟୀ,ଡକ୍ଟର ବିଷ୍ଣୁପ୍ରିୟା ପଣ୍ଡା,ଡି.ପ୍ରଜ୍ଞାଶ୍ରୀ ଆଚାରୀ,ଅନନ୍ତ କର,ଡକ୍ଟର ବ୍ରଜକିଶୋର ପାଢ଼ୀ,ଗୈ।ରୀ ଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟ ସଧାରଣ ପାଠକ ସ୍ତରରେ ପହଞ୍ଚି ପାରିଲେ ଓଡିଆ ସାହିତ୍ୟର ବିକାଶ ଘଟିବା ସହିତ ଯୁବ ପାଠକଙ୍କ ଉପରେ ପ୍ରଭାବ ପଡି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଲୋକକଳା କଳାକାର ତଥା ସାହିତ୍ୟିକ ଇଂ.ଲଡୁ କିଶୋର ପଢ଼ିଆରୀଙ୍କୁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା। କବି ଭାସ୍କର ରାଉତଙ୍କ ସଂଯୋଜନାରେ କବି ପୁର୍ଣ୍ଣ ଚନ୍ଦ୍ର ଭୋଳ,ଇ.ନିଳାଞ୍ଚଳ ପାତ୍ର,କୈଳାଶ ଚନ୍ଦ୍ର ପ୍ରଧାନ,ସୂର୍ଯ୍ୟ ସାମନ୍ତରା,ପ୍ରଦିପ୍ତ ସାମନ୍ତରା ,କାର୍ତିକେଶ୍ବର ପ୍ରଧାନ,କେ.ରାଘବ ପାତ୍ର,କାର୍ତ୍ତିକେଶ୍ବର ବିଷୋୟୀ ,ବସନ୍ତ ବିଷୋୟି,ଲୋକନାଥ ମହାରଣା,ପ୍ରମୁଖ ସ୍ବରଚିତା କବିତା ପାଠ କରିଥିଲେ।ସମାଜ ସେବୀ ଡି.ଗୋପାଳ ଆଚାରୀ ଚନ୍ଦ୍ର ଗ୍ରହଣ ଉପଲକ୍ଷେ ଅନ୍ତେବାସିଙ୍କୁ ବସ୍ତ୍ର ଓ ଜଳଯୋଗର ବ୍ୟବସ୍ଥାରେ ଅନ୍ତେବାସି ସଂଚାଳକ କାର୍ତ୍ତିକେଶ୍ବର ବିଷୋୟୀଙ୍କୁ ସହଯୋଗ କରିଥିଲେ। ଶେଷରେ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here