୧୭ତମ ସିନିୟର ସୁପର ୭ କ୍ରିକେଟ୍ : ଓଡିଶା ଦଳର ଉତ୍ତର ପ୍ରଦେଶ ଯାତ୍ରା

0
262

ଭୁବନେଶ୍ବର : ଉତ୍ତର ପ୍ରଦେଶରେ ଚଳିତ ମାସ ୧୦ରୁ ହେଵାକୁ ଯାଉଥିବା ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୩ ଜଣିଆ ଦଳ ଆଜି ଦିନ ୧୨ଟାରେ ନନ୍ଦନ କାନନ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ।

ଏହି ଚମ୍ପିଆନସିପ୍ ରେ ୨୦ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି । ୩ ଦିନର ପ୍ରଶିକ୍ଷଣ ଶିବିର ପରେ ଓଡ଼ିଶା ଦଳ ଘୋଷଣା କରାଯାଇଥିଲା । ଓଡ଼ିଶା ସୁପର ୭ କ୍ରିକେଟ୍ ସଂଘ ସଭାପତି ସୈାଭାଗ୍ୟଲକ୍ଷ୍ମୀ ଦାସ, ସମ୍ଫାଦକ ହେମନ୍ତ କୁମାର ମହାରଣା ଓ ଦିନବନ୍ଧୁ ଦାସ ସମାଜସେବୀ ଓଡ଼ିଶା ଦଳର ଖେଳାଳୀମାନଙ୍କୁ ଶୁଭେଛା ଜଣାଇଥିଲେ । ଓଡ଼ିଶା ଦଳ ନିଶ୍ଚିତ ଭାବେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି ।

ଓଡ଼ିଶା ଦଳ : ଉପେନ୍ଦ୍ର ପ୍ରଧାନ (ଅଧିନାୟକ), ଵି. ସନ୍ତୋଷ ପାତ୍ର, ମନୋଜ ଶବର, ସୁବ୍ରତ ଜେନା, ପ୍ରସାଦ ଜେନା, ଅରବିନ୍ଦ ଗୌଡ଼, ହେମନ୍ତ ଜାନି, ନରସିଂହ ତ୍ରିପାଠୀ, ରାଜେଶ ଜାନି (ୱିକେଟ ରକ୍ଷକ), ନୁରସିଂହ ନାଥ ସାହୁ, ପବିତ୍ର ଜାଲି, ମୁନା ବେହେରା, ଅର୍ଜୁନ ପଲେଇ କୋଚ୍ ସନ୍ତୋଷ କୁମାର ଗୌଡ଼, ହଟେଶ୍ୱର ଲେଙ୍କା ମ୍ୟାନେଜର

LEAVE A REPLY

Please enter your comment!
Please enter your name here