ତିଳିସିଙ୍ଗି ପଞ୍ଚାୟତ ଠାରେ ଆମ ପୋଲିସ ସମିତିର ବୈଠକ

0
225

ଲଭଞ୍ଜନଗର : ତାରସିଂ ଥାନା ଆମ ପୋଲିସ ସମିତିର ବୈଠକ ତିଳିସିଙ୍ଗି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଗୁଣିଗାରେଡି, ଅନ୍ଧବିଶ୍ୱାସ,ଅନ୍ଲାଇନ୍ ଠକେଇ, ଅସାମାଜିକ କାଯ୍ୟକଳାପ,ନାବାଳିକା ବିବାହ, ଘରୋଇ ହିଂସା ଆଦି ରୋକିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସଚେତନତା ବଢିଲେ ବିଭିନ୍ନ ଠକେଇରୁ ରକ୍ଷା ପାଇଁ ପାରିବେ ବୋଲି ଉପସ୍ଥିତ ଗ୍ରାମବାସୀ ଙ୍କୁ ଥାନା ଅଧିକାରୀ ଶ୍ରୀ ଦାସ ସଚେତନତାର ବାର୍ତ୍ତା ଦେଇଥିଲେ । ସେହିପରି ବାଇକ ଚଲେଇବା ସମୟରେ ହେଲମେଣ୍ଟ ବ୍ୟବହାର, ପଲିଥିନ ବ୍ୟବହାର ନକରିବା, ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା,ସ୍ୱଚ୍ଛ ଭାରତ କାଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା। ଆୟୋଜିତ ବୈଠକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଗ୍ରାମବାସୀ,ଅଙ୍ଗନବାଡ଼ି,ଆଶା କର୍ମୀ ଓ ଯୁବବର୍ଗ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here