ଗୁରୁଣ୍ଠି ଗ୍ରାମରେ କୋଠିଶାଳ ଯାତ୍ରା

0
281

କୁକୁଡ଼ାଖଣ୍ଡି:କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମରେ କୋଠିଶାଳ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଉଦଯାପିତ ହୋଇଯାଇଛି ।ଏହି ଅବସରରେ ଗ୍ରାମର ବିଭିନ୍ନ ସାହିରେ ପୌରାଣିକ ନାଟକ ପରିବେଷଣ କରାଯାଇଥିଲା ।ତେଲି ସାହିରେ ଦୁଇଟି ପ୍ରହଲ୍ଲାଦ ନାଟକ,କୁମ୍ଭାର ସାହିରେ ଭାରତଲୀଳା,ଲକ୍ଷ୍ମୀ ନୃସିଂହ ନଗରରେ ରାମାୟଣ, ସ୍ଵର୍ଗଦ୍ୱାର ସାହିରେ ଭାରତ ଲୀଳା,ବଡ଼ ସାହିରେ ଭାରତ ଲୀଳା,ହରିଜନ ସାହିରେ ରାମାୟଣ, ଠାକୁରାଣୀ ମନ୍ଦିର ସାହିରେ ରାମାୟଣ,ଦଣ୍ଡପାଟଣା ସାହି ରାମାୟଣ, ତାଳଶେର ସାହିରେ ରାମାୟଣ,କାଳୀ ମନ୍ଦିର ଛକରେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା ।ଆଖପାଖ ଅଞ୍ଚଳର ଗ୍ରାମବାସୀ ମାନେ ଏହି ଯାତ୍ରା ଦେଖିବାକୁ ଆସି ମା’ ଙ୍କର ପୂଜାର୍ଚ୍ଚନା କରିବା ସହ ଯାତ୍ରାର ଭରପୁର ମଜ୍ଜା ଉଠାଇଥିଲେ ।ଏହି ଯାତ୍ରାରେ ସଦର ଥାନା ପୋଲିସ ଓ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରାଙ୍କ ତତ୍ୱବାଧାନରେ ଦୁଇ ସେକ୍ସନ୍ ପୋଲିସ ଫୋର୍ସ ଉପସ୍ଥିତ ରହି ଯାତ୍ରାକୁ ନିୟନ୍ତ୍ରଣ କରିବାରେ ସହଯୋଗ କରିଥିଲେ । ଗ୍ରାମ୍ୟ କମିଟି ବୃନ୍ଦ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here