ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ଡଅଁରକୁଳରେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଓ ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0
836

ଯାଜପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଯାଜପୁର ଜିଲ୍ଲା ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘ ବରୀ ବ୍ଲକ ଆନୁକୁଲ୍ଯରେ ଯାଜପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାସପୁର ପଂଚାୟତ ଡଅଁରକୁଳ ଠାରେ ଗତ କାଲି ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଓ ଜିଲ୍ଲା କାର୍ଯକାରିଣୀ ବୈଠକ ର ବଂଧୁମିଳନ ଉସ୍ବବ ସହ ଏକ ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ଦିଗରେ ଉଭୟ ସାଧାରଣ ଜନତା ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ସହଭାଗୀତା ଆବଶ୍ୟକ ବୋଲି ଅନୁଷ୍ଠାନର ସଭାପତି ତପନ ମହାରଣ୍ୟଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରି ଜଣାଇଥିଲେ । ପରିବେଶ ପ୍ରଦୂଷଣ ଯୋଗୁଁ ଆଜି ଲୋକମାନେ ନାନାଦି ରୋଗ ରେ ଆକ୍ରାନ୍ତ ହୋଇ ମ୍ରୁତ୍ୟୁକୁ ନିମନ୍ତ୍ରଣ କରୁଥିବା କଥା ସେ ଉଲ୍ଲେଖ କରିଥିଲେ । ଅନୁଷ୍ଠାନରେ ନୂତନ କରି ଯୋଗ ଦେଇଥିବା ଯୁବ ସଂଗଠକ ତଥା ଯୁବ ସାମ୍ବାଦିକ ସୁନୀଲ ରାଉତ କଂ ଏଭଳି ପ୍ରୟାସ ପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

ଅପରପକ୍ଷରେ ଡଅଁରକୁଳ ରୁ ଭରତ ଚଂଦ୍ର ରାଉତ, ମିହିର କୁମାର ରାଉତ, କୃପାସିନ୍ଧୁ ରାଉତ, ବରିଷ୍ଠ ଶିକ୍ଷକ ନୀଳକଣ୍ଠ ନାଥଶର୍ମା, ଅଧ୍ୟାପକ ଅଶୋକ ରାଉତ, ଶିକ୍ଷକ ତଥା ପରିବେଶବିତ ସେକ୍ ମିନତୁଲା ,ନାଟ୍ଯକାର ଅଶୋକ ମିଶ୍ର, ଯୁବ ସଂଗଠକ ସଂଜୟ ନାଥଶର୍ମା କଂ ସହ ବହୁ ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ରେ ମତ ପ୍ରଦାନ କରିଥିଲେ।ସାମ୍ବାଦିକ ସୁରେଶ କର, ଦିଲ୍ଲୀପ ଦାଶ, କାଶୀନାଥ ବାରିକ ,ଅୟସକାନ୍ତ ରାଉତ, ଅଭିମନ୍ୟୁ ମିଶ୍ର,କାହ୍ନୁଚରଣ ଓଝା ପ୍ରମୁଖ ଉପସ୍ଥିତ ରହି ଆଜିର ଦିନରେ ପରିବେଶ କିପରି ନଷ୍ଟ ହେବାକୁ ଯାଉଛି ଏବଂ ଏହାର ସୁରକ୍ଷା ଆମ ହାତରେ ରହିଥିବା କଥା ଉଲ୍ଲେଖ କରିଛନ୍ତି ।

ଅନୁଷ୍ଠାନ ପକ୍ଷରୁ ଡଅଁରକୁଳରେ ବିଭିନ୍ନ ଔଷଧୀୟ ବ୍ରୁକ୍ଷ ସହ କିଛି ଫୁଲ ଗଛ ରୋପଣ କରାଯାଇଥିଲା ।
ସମ୍ମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘ ଯାଜପୁର ପକ୍ଷରୁ ଏଭଳି ପ୍ରୟାସ ପାଇଁ ଗ୍ରାମର ବୁଦ୍ଧିଜୀବୀ ଭୁରିୟସୀ ପ୍ରସଂଶା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ପଂଚାୟତ ଡାଏରୀ ରେ କାର୍ଯ୍ୟରତ ସାମ୍ବାଦିକ ସତ୍ୟନାରାୟଣ ପ୍ରଧାନ,ମେଟ୍ରୋ ଟିଭି ର ସାମ୍ବାଦିକ କାହ୍ନୁ ଚରଣ ଓଝା,ଯୁବ ସାମ୍ବାଦିକ ଉପେନ୍ଦ୍ର ପାଣୀ,ସୁନୀଲ ରାଉତକଂ ସମେତ ପୁରାତନ ସଦସ୍ୟ ତଥା ଯୁବ ସାମ୍ବାଦିକ ବ୍ରଜକିଶୋର ଜେନା ସଂଗଠନ ରେ ଯୋଗଦାନ କରିବା ସହ ଆଗକୁ ସମସ୍ତ କାର୍ଯ୍ୟ କୁ ସହଯୋଗ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here