ଏନଏସଏସ ର ପୂଜା ସ୍ୱତନ୍ତ୍ର ତାଲିମ ଶିବିର ଉଦଯାପିତ

0
336

ବୁଗୁଡା: ବୁଗୁଡା ପିପୁଲସ କଲେଜର ରାଷ୍ଟ୍ରୀୟ ସେବା ଯୋଜନା ( ଏନଏସଏସ ) ୟୁନିଟ-୨ ପକ୍ଷରୁ ଏକ ସପ୍ତାହ ଧରି ଚାଲିଥିବା ପୂଜା ସ୍ୱତନ୍ତ୍ର ତାଲିମ ଶିବିର ରବିବାର ଅକ୍ଟୋବର ୯ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଏନଏସଏସ ୟୁନିଟ-୨ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ଶିବିରର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ କଲେଜ ପରିସର ସହ ପୋଷ୍ୟ ଗ୍ରାମ ବରଡିପଲ୍ଲୀ ଗ୍ରାମରେ ଶାନ୍ତି ଶୃଙ୍ଖଳା ସେବା କାର୍ଯ୍ୟ ଶେଷ କରିଥିଲେ। ଅକ୍ଟୋବର ୩ ତାରିଖ ଦିନ ଏହି ପୂଜା ସ୍ୱତନ୍ତ୍ର ତାଲିମ ଶିବିର ଉଦଘାଟନ ହୋଇଥିବା ବେଳେ ଅକ୍ଟୋବର ୯ ତାରିଖ ଦିନ ତାଲିମ ଶିବିର ଉଦଯାପିତ ହୋଇଥିଲା। ଉଦଯାପନି କାର୍ଯ୍ୟକ୍ରମରେ ଅତିଥିଭାବେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ ନାୟକ, ଅଧ୍ୟାପକ ପ୍ରଭଞ୍ଜନ ମୁନୀ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଓ ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ନାୟକ ଯୋଗଦେଇଥିଲେ। ଅତିଥି ବୃନ୍ଦ ତାଲିମ ନେଇଥିବା ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କୁ ସେବା କାର୍ଯ୍ୟ କରି ଦେଶର ବିକାଶରେ ସହାୟତା ପାଇଁ ପରାମର୍ଶ ଦେଇଥିଲେ। ସ୍ବେଚ୍ଛାସେବୀ ବୃନ୍ଦ ସାତ ଦିନ ଧରି ଚାଲିଥିବା ତାଲିମ ଶିବିରର ଅନୁଭୂତି ପ୍ରକାଶ କରି ଦେଶର ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରକାଶ କରିଥିଲେ। ଶେଷରେ ସ୍ନେହଲତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟ ପରେ ସ୍ବେଚ୍ଛାସେବୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here