ରାଜ୍ୟସ୍ତରୀୟ ସବ୍ ଜୁନିଅର ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଗଞ୍ଜାମ ବାଳିକା ରନର୍ସ ଅପ୍ ଓ ତୃତୀୟ ସ୍ଥାନରେ ବାଳକ ଦଳ

0
265

ବ୍ରହ୍ମପୁର:ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଦଳର କୃତିତ୍ୱ ।କେନ୍ଦୁଝର ଠାରେ ୭ ଓ ୮ ଦୁଇଦିନ ଧରି ଆୟୋଜିତ ହୋଇଥିବା ୨୦ତମ ସର୍ବ କନିଷ୍ଠ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ବାଳିକା ଦଳ ରନର୍ସ ଅପ ବିବେଚିତ ହୋଇଛନ୍ତି ।ଗଞ୍ଜାମ ଦଳ ପୁରୀ ଓ ଯାଜପୁରକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ ।ସେମିଫାଇନାଲରେ ଜଗତସିଂହପୁରକୁ ପରାସ୍ତ କରି ଫାଇନାଲରେ ଆୟୋଜକ କେନ୍ଦୁଝର ଦଳ ସହ ଖେଳିଥିଲେ ।ସଂଘର୍ଷପୂର୍ଣ ଫାଇନାଲ ମ୍ୟାଚରେ (୧୦-୮) ଗୋଲ ବ୍ୟବଧାନରେ ପରାସ୍ତ ହୋଇ ରନର୍ସ ଅପ ହୋଇଥିଲେ ।ସେହିଭଳି ବାଳକ ବିଭାଗରେ ଗଂଜାମ ଦଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ଭଲ ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଓଡିଶା ଦଳ ପାଇଁ ଚୟନ କରାଯିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଉଭୟ ବାଳକ ଓ ବାଳିକା ଟିମ୍ ସହ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ବରିଷ୍ଠ ଖେଳାଳି ସନ୍ଦୀପ ପାତ୍ର, ଦୀପକ ମହାନ୍ତି ମେନେଜର ଓ କୋଚ୍ ଭାବେ ଯାଇଥିଲେ। ଗଞ୍ଜାମ ଜିଲ୍ଲାର ଉଭୟ ଟିମର ଖେଳାଳୀ ଏନ ଆଇ ଏସ୍ ସାର୍ଟିଫିକେଟ ପ୍ରାପ୍ତ ଜାତୀୟ କୋଚ ପ୍ରଶାନ୍ତ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ପ୍ରଶିକ୍ଷଣ ନେଇ ଆସୁଛନ୍ତି ।ଗଞ୍ଜାମର ଉଭୟ ବାଳିକା ଓ ବାଳକ ଟିମ୍ ସଫଳତାର ସହ ଟ୍ରଫି ସହ ଫେରିବା ପରେ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଂଘର ସଭାପତି ବିକ୍ରମ କୁମାର ପଣ୍ଡା ଓ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ ।ଉଭୟ ଟିମର ସଫଳତା ପାଇଁ ସଂଘର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ କର୍ପୋରେଟର ଅଶୋକ କୁମାର ଶୁକ୍ଳ,ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ,ସମ୍ପାଦକ ସୁରେଶ କୁମାର ପାଢୀ,କୋଷାଧ୍ୟକ୍ଷ ଡା. ମନୋଜ କୁମାର ପାତ୍ରଙ୍କ ସମେତ ସମସ୍ତ ସଭ୍ୟ ଓ ଅଭିଭାବକ ଶୁଭେଚ୍ଛା ଜଣାଇଛନ୍ତି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here