ଜଗଦଳପୁରରେ ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ

0
263

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ବେଇଆନ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଲୋକନାଥ ସାହୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ବେଆଇନ ବିଦେଶୀ ମଦ ବିକ୍ରି ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିଥିଲା ।ଏହି ଖବର ଜାଣିବା ପରେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ସକାଳ ୬ଟା ସମୟରେ ଜଗଦଳପୁର ଗ୍ରାମର ସୁଣ୍ଡିସାହି ଛକ ନିକଟରେ ଥିବା ଲୋକନାଥ ସାହୁଙ୍କ ଘରେ ଚଢ଼ାଉ କରିବା ପାଇଁ ଅବକାରୀ ବିଭାଗ ପହଞ୍ଚିଥିଲେ ।କିନ୍ତୁ ଅବକାରୀ ବିଭାଗକୁ ଚଢ଼ାଉ କରିବା ପାଇଁ ସୁଯୋଗ ନମିଳିବା ସହ ନାକେଦମ୍ ହେବାକୁ ପଡିଥିଲା ।ଦୀର୍ଘ ତିନି ଘଣ୍ଟାର ଅପେକ୍ଷା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀ ପହଞ୍ଚିବା ପରେ ତାଲା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ତହସିଲଦାରଙ୍କ ନିର୍ଦ୍ଦେଶ ପରେ ଅବକାରୀ ପୋଲିସ ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଥିଲେ ।ଜବତ ବିଦେଶୀ ମଦ ମଧ୍ୟରେ କିଛି ନକଲି ବିଦେଶୀ ମଦ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି ।ଏହି ବେଇଆନ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଅଭିଯୁକ୍ତ ସ୍ବର୍ଗତ ବଂଶୀଧର ସାହୁଙ୍କ ସାନ ପୁଅ ଲୋକନାଥ ସାହୁ(ଟୁକୁନା)କୁ ଗିରଫ କରିଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଅଭିଯୁକ୍ତ ଲୋକନାଥ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here