ଚୋରି ଅଭିଯୋଗ ରେ ୨ ଗିରଫ

0
550

ଭଞ୍ଜନଗର (ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅଧିନ ବିଞ୍ଜଗିରି ଗ୍ରାମରେ ହୋଇଥିବା ଚୋରୀ ଅଭିଯୋଗରେ ଆଜି ପୁଲିସ୍‌ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ବିଞ୍ଜଗିରି ଗ୍ରାମ‌ର ମଙ୍ଗୁଳୁ ନାଇକ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ମୋବାଇଲ ଓ ୨ ହଜାର ଟଙ୍କା ଚୋରୀ ହୋଇଥିବା ନେଇ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ଘଟଣା ର ତଦନ୍ତ କରି ସାନକୋଦଣ୍ଡା ଗ୍ରାମର ଚନ୍ଦନ ସ୍ବାଇଁ ଏବଂ ଶଙ୍ଖସାହିର ଅଶ୍ବିନୀ ନାଇକକୁ ଟଙ୍କା‌ ଓ ମୋବାଇଲ ଚୋରୀ ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଏନେଇ କେସ୍‌ ନଂ ୫୪୬/୨୦ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here