ସମୁଦ୍ରରେ ବୁଡ଼ି ଯାଉଥିବା ୩ ନାବାଳକ ଉଦ୍ଧାର ,ଜଣେ ମୃତ

0
242

ବ୍ରହ୍ମପୁର:ଗୋପାଳପୁର ବେଳାଭୂମି ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଗତକାଲି ଦଶହରା ରେ ମଜା ନେବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।ଏଥିମଧ୍ୟରେ ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ କଲୋନୀର ୪ଜଣ ଯୁବକ ସାଙ୍ଗ ହୋଇ ଗୋପାଳପୁର ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ୍ ସମୁଦ୍ର ଲହଡ଼ିରେ ଭିତରକୁ ଚାଲିଯାଇଥିଲେ ।ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନାବାଳକ ନିଖୋଜ ହୋଇଯାଇଥିଲା ।କିନ୍ତୁ ଉକ୍ତ ନିଖୋଜ ନାବାଳକ ଜଣକ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ବୋଲି ସୂଚନା ମିଳିଛି। ରାତିସାରା ସ୍ଥାନୀୟ ପୋଲିସ ଓ ବେଳାଭୂମିରେ ନିୟୋଜିତ ଥିବା ଲାଇଫଗାର୍ଡ ବହୁ ଖୋଜା ଖୋଜି ସତ୍ତ୍ୱେ ମଧ୍ୟ ପତା ମିଳିନଥିଲା ।କିନ୍ତୁ ଆଜି ସ୍ଥାନୀୟ ଓ.ଟି.ଡ଼ି.ସି ନିକଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ମୃତ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠା ଯାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।ସୂଚନା ପ୍ରକାରେ ଗତକାଲି ପୂର୍ବାହ୍ନ ସମୟରେ ୪ଜଣ ସାଙ୍ଗ ମଦନ ମୋହନ ଦାସ,ଅଭିନାଶ ଦାସ, ଦୀପକ ନାୟକ ଏବଂ ସଞ୍ଜୟ ଦାସ ଗୋପାଳପୁର ବୁଲିବାକୁ ଯାଇଥିଲେ ।ହୋଟଲ ସି-ସାଇଡ଼ ବିଚ୍ ନିକଟରେ ଗାଧୋଉଥିବା ବେଳେ ଉପରୋକ୍ତ ୪ଜଣ ସାଙ୍ଗ ସମୁଦ୍ରର ୧୦୦ମିଟର ଭିତରକୁ ଚାଲିଯାଇଥିଲେ ।କିଛି ସମୟ ପରେ ୪ଜଣ ସାଙ୍ଗ ଚିତ୍କାର କରିବା ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।ପରେ ଉପସ୍ଥିତ ଲୋକେ ଲାଇଫଗାର୍ଡକୁ ଖବର ଦେଇଥିଲେ ।ଏହି ସମୟରେ ଡ୍ୟୁଟିରେ କାର୍ଯ୍ୟରତ ଥିବା ଲାଇଫ ଗାର୍ଡ ଜି.ଜଗନ୍ନାଥ କୁକୁଡ଼ାଖଣ୍ଡି ଅଞ୍ଚଳର ମଦନ ମୋହନ ଦାସ,ଅଭିନାଶ ଦାସ,ଦୀପକ ନାୟକ ଏହି ୩ଜଣ ନାବାଳକଙ୍କୁ ଉଦ୍ଧାର କରିଥିବା ବେଳେ ସଞ୍ଜୟ ଦାସଙ୍କ ପତ୍ତା ମିଳିନଥିଲା ।ପରେ ଜି.ଜଗନ୍ନାଥ ସମୁଦ୍ରରେ ବୁଡି ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ଥାନା ଅଧିକାରୀଙ୍କୁ ଜଣାଇଥିଲେ ।ଲାଇଫ ଗାର୍ଡ ଜି.ଜଗନ୍ନାଥ ସମୁଦ୍ର ଭିରକୁ ଯାଇ ଉଦ୍ଧାର କରିଥିବା ୩ଜଣ ନାବାଳକଙ୍କୁ ସମୁଦ୍ର ତଟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ ।ସେମାନେ ସୁସ୍ଥ ହେବା ପରେ ସମ୍ପର୍କୀୟ ଓ ପରିବାର ବର୍ଗଙ୍କୁ ଖବର ଦେଇ ତାଙ୍କ ସାଙ୍ଗରେ ଛାଡିଥିଲେ ।

LEAVE A REPLY

Please enter your comment!
Please enter your name here