ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଚିନ୍ମୟ

0
334

ଭଞ୍ଜନଗର : ରାଷ୍ଟ୍ରର ମଙ୍ଗଳରେ ଯୁବପୀଢ଼ିଙ୍କ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ହୃଦଙ୍ଗମ କରି ସାଂପ୍ରତିକ ସ୍ଥିତିରେ ସମାଜରୁ ରକ୍ତର ଅଭାବ ଦୂର କରିବା ପାଇଁ ଅହରହ ଉଦ୍ୟମ କରୁଥିବା କେ. ନୂଆଗଡ଼ ଗ୍ରାମର ଯୁବ ସମାଜସେବୀ ଚିନ୍ମୟ ପୋଲାଇ ଆଜି ନିଜର ୨୨ତମ ଜନ୍ମଦିନକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରଥମେ ଭଞ୍ଜନଗର ରକ୍ତ ଭଣ୍ଡାରରେ ଆଜି ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏହାପରେ ସେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡ଼ିଶା ସଦସ୍ୟଙ୍କ ସହଯୋଗରେ ଭଞ୍ଜନଗର ନିକଟସ୍ଥ ଦୁର୍ଗମ ଅଞ୍ଚଳ ବଣିଆପଲ୍ଲୀ ଠାରେ ପହଞ୍ଚି ସେଠାରେ କୁନି କୁନି ଶିଶୁମାନଙ୍କୁ ଆବଶ୍ୟକୀୟ ପାଠ୍ୟ ଉପକରଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ପିଲାମାନଙ୍କୁ ଶିକ୍ଷା ଉପରେ ସଚେତନ କରିଥିଲେ। ଆଗାମୀ ଦିନରେ ଉକ୍ତ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରି ଅଞ୍ଚଳରେ ଶିକ୍ଷାର ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ସଙ୍ଗଠନ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here