ନବରାତ୍ରୀ ପୂଜା ଅବସରରେ ପୌରାଣିକ ନାଟକ ମଞ୍ଚସ୍ତ

0
505

କୁକୁଡ଼ାଖଣ୍ଡି: ବ୍ଲକ ଅନ୍ତର୍ଗତ ହୁଗୁଳାପଟା ପଞ୍ଚାୟତର ଗୁଲା ଚଣ୍ଡୀପଦର ଗ୍ରାମରେ ମା ଗ୍ରାମାଦେବୀଙ୍କ ନବରାତ୍ରୀ ପୂଜା ପାଳନ ଧୁମଧାମରେ ପାଳନ କରାଯାଉଛି ।ଏହି ଅବସରରେ ଜି ଚଣ୍ଡିପଦର ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ କରାଯାଇଥିବା ଦୁଇ ଗୋଟି ପୌରାଣିକ ନାଟକ ମଞ୍ଚସ୍ତ ହୋଇଥିଲା।ଏହି ନାଟକକୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବି. ବାପେୟା,ବରିଷ୍ଠ ବିଜେଡି ନେତା ସିଏଚ୍.ଭରତ,ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ,ସମିତି ସଭ୍ୟା ବବିତା ବରଡ଼,ସିଏଚ୍.ବିକି ପାତ୍ର,ପଞ୍ଚାୟତ ସଭାପତି ନରସିଂହ ପାତ୍ର,ଗୁରୁଣ୍ଠି ସରପଞ୍ଚ ବି.ମାଗତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ସ୍ଥାନୀୟ ସରପଞ୍ଚ ବି.ବାପେୟାଙ୍କ ତତ୍ୱବାଧାନରେ ଏହି ପୌରାଣିକ ନାଟକ ମଞ୍ଚସ୍ତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ପି.କ୍ଷୀରୋଦ, କେ. ଧନୁର୍ଦ୍ଧର,ବି.କାଳିଆ,ବି.ଶଙ୍କର,ଦିପୁ, ବଳରାମ ଓ ପାଣ୍ଡାଙ୍କ ସମେତ ସ୍ଥାନୀୟ ଗ୍ରାମର ଯୁବ ଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here