ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

0
242

ପୋଲସରା (ନ୍ୟୁଜଏକ୍ସଟ୍ରା) ମଇ ୧୮ ତାରିଖ ଦିନ ପୋଲସରା ବ୍ଳକ ଅନ୍ତର୍ଗତ ମା’ ସିଂହାସିନୀ ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପୂଜାକମାନଙ୍କ ସହ ଆଲୋଚନା କରିଛନ୍ତି ମା ସିଂହାସିନୀ ଉନ୍ନୟନ କମିଟିର ସଭାପତି ତଥା ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ। ସରକାରଙ୍କ କୋଭିଡ ନିୟମ ପ୍ରକାରେ ମା’ଙ୍କ ପୀଠ ବନ୍ଦ ରହିଥିବା ବେଳେ ଶ୍ରୀ ସାହୁ ମନ୍ଦିର ରୀତିନୀତି ବିଷୟ ନେଇ ପୂଜକ ମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବିଧାୟକ ଶ୍ରୀ ସାହୁ ମା’ଙ୍କ ପୀଠରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ଉପସ୍ଥିତ ଥିବା ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ଓ କନିଷ୍ଠ ଯନ୍ତ୍ରୀ ଙ୍କ ସହ ଆଲୋଚନା କରି କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here