ବେଲଗୁଣ୍ଠାରେ ବିଜେଡ଼ିର ୨୫ ତମ ପ୍ରତିଷ୍ଠା ଦିବସ ; ଆମେ ଦାବି କରିବା ପୁର୍ବରୁ ନବୀନ ଯୋଜନା ଘୋଷଣା କରନ୍ତି : ବିଧାୟକ ପୂର୍ଣ୍ଣଚନ୍ଦ୍ର

0
515

ବେଲଗୁଣ୍ଠା: ସାରା ରାଜ୍ୟରେ ଆଜି ବିଜେଡ଼ିର 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ଠାରେ ମଧ୍ୟ ବିଜେଡ଼ିର 25 ତମ ପ୍ରତିଷ୍ଠା ଦିବସ ବ୍ଳକ୍ ବିଜେଡ଼ି ସଭାପତି ତଥ ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସଭାପତିତ୍ୱରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଲୋକେ ନିଜ ପାଇଁ କୌଣସି ଦାବୀ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ମନ ଜାଣି ଘୋଷଣା କରନ୍ତି ବୋଲି ପ୍ରକାଶ କରିବା ସହିତ ପେଟରେ ଥିବା ଛୁଆଙ୍କ ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ମୃତ ବ୍ୟକ୍ତିଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନା, ଲୋକଙ୍କ ପାଦକୁ ଜୋତା ଠାରୁ ଆରମ୍ଭ କରି ମୁଣ୍ଡକୁ ଛତା ଭଳି ଯୋଜନା ଖଞ୍ଜି ଦେଇ ଖୁବ୍ ଲୋକପ୍ରିୟ ହୋଇପାରିଥିବା କଥା କହିଥିଲେ I ସମସ୍ତ ବର୍ଗର ଲୋକଙ୍କ ମନ ଜାଣି ଯୋଜନା ପ୍ରସ୍ତୁତ କରିବାରେ ସାରା ଭାରତ ବର୍ଷରେ ନବୀନଙ୍କ କୌଣସି ବିକଳ୍ପ ନଥିବା ବେଳେ ବିଜେଡ଼ି ଲଗାତାର 5 ଥର ଲୋକଙ୍କ ଆସ୍ଥା ଭାଜନ ହୋଇ ସରକାର ଗଠନ କରିବା ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ସଠିକ୍ ଢ଼ଙ୍ଗରେ ସମ୍ପାଦନା କରି, ବାତ୍ୟା, ମହାମାରୀ,ଦୈବୀ ଦୁର୍ବିପାକ ଭଳି ସମସ୍ୟାର ଉତ୍ତମ ପରିଚାଳନା କରି ନବୀନ ସର୍ବଦା ଜାତି ସଂଘ ଠାରୁ ଆରମ୍ଭ କରି ବିଶ୍ୱ ଦରବାରରେ ଏକ ନମ୍ବର ମୁଖ୍ୟମନ୍ତ୍ରୀର ଆସନ ବଜାୟ ରଖିଥିବା ପ୍ରକାଶ କରିଛନ୍ତି ବିଧାୟକ ଶ୍ରୀ ସ୍ୱାଇଁ I ଏହା ସହ ରାଜ୍ୟର ସମସ୍ତ ରାସନ୍ କାର୍ଡ ଧାରିଙ୍କୁ 1000 ଟଙ୍କାର କୋଭିଡ ସହାୟତା ଏବଂ 96 ଲକ୍ଷ ଗରୀବ ଲୋକଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ୍ ଯୋଗାଇ ଦେଇ ଗରୀବ ଲୋକଙ୍କ ନିକଟତର ହୋଇପାରିଥିବା କଥା ମଧ୍ୟ କହିଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର I ଏହାସହ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୁପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ନବୀନଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପ୍ରଶଂସା କରିବା ସହ ବିଜେଡ଼ି ପ୍ରାତି ଲୋକମାନେ ଆସ୍ଥା ଭାଜନ ହେବା ପାଇଁ ଅନୁରୋଧ କରିଥିଲେ ଏବଂ ପଞ୍ଚାୟତ ନିର୍ବାଚନରେ ସମସ୍ତ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ I ଏଥୁରେ ଅନ୍ୟମାନଙ୍କ ମଧ୍ୟରେ

ଜିଲ୍ଲା ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ,ଜିଲ୍ଲା ଡିଜିଟାଲ ସମ୍ପାଦକ ଗଣେଶ ସାହୁ,ବ୍ଳକ୍ ମହିଳା ସଭାନେତ୍ରୀ ସ୍ଵର୍ଣ୍ଣଲତା ସ୍ୱାଇଁ, ବ୍ଲକ ସାଧାରଣ ସମ୍ପାଦକ ଏସ. ରାମେଶ୍ୱର ପାତ୍ର, ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ, ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ନାୟକ, ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା, 47 ନମ୍ବର୍ ଜୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବେଲଗୁଣ୍ଠା ନଗର ସମ୍ପାଦକ ସନ୍ତୋଷ ସୁବୁଦ୍ଧି, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ସାହୁ, ଜିଲ୍ଲା ଯୁବବିଜେଡି ସମ୍ପାଦକ ଦିବ୍ୟରଞ୍ଜନ ଦାସ ଓ ଅଯୋଧ୍ୟା ବେହେରା, ସରପଞ୍ଚ ରାଜେନ୍ଦ୍ର ଗୌଡ଼, ପ୍ରମୋଦ ପ୍ରଧାନ,ସ୍ମରଣିକା ଗୋଛାୟତ, ସମିତି ସଭ୍ୟ ତୁଷାର ବିଷୋୟୀ, ପ୍ରଭାତ ସ୍ୱାଇଁ, ଦୁର୍ଗା ମାଧବ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଅମିତ୍ କୁମାର ନାୟକଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି ଏବଂ ବିଭିନ୍ନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବା ସହିତ ବିଜେଡ଼ି ସପକ୍ଷରେ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମ ଶେଷରେ ଯୁବ ନେତା ସ୍ଵସ୍ତି ସୁନ୍ଦର୍ ସିୟ ଧନ୍ୟବାଦ ଅର୍ପଣ କରିଥିଲେ I ବେଲଗୁଣ୍ଠା ବ୍ଳକ୍ ଓ ସହରର ପ୍ରାୟ 3000 ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଓ ନେତା ଉପସ୍ଥିତ ଥିଲେ I ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ଭାଷଣ ଶୁଣିବା ପାଇଁ ବିଧାୟକ ଶ୍ରୀ ସ୍ଵାଇଁ ଏକ ବିରାଟ ଏଲ୍ଇଡିର ବ୍ୟବସ୍ଥା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତା ବିଦ୍ୟାଧର ବିଷୋୟୀ, ତ୍ରିନାଥ ବେହେରା ପ୍ରମୂଖ କାର୍ଯ୍ୟକ୍ରମ ପାରିଚାଳନାରେ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here