ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଦ୍ବାରା ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନାରେ ନିଯୁକ୍ତି ପାଇଥିବା ସ୍ଥାନ ମାନଙ୍କୁ କ୍ଷେତ୍ର ପରିଭ୍ରମଣ

0
254

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଦ୍ବାରା ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଅନ୍ତର୍ଗତ ନିଯୁକ୍ତି ପାଇଥିବା ସ୍ଥାନ ମାନଙ୍କୁ କ୍ଷେତ୍ର ପରିଭ୍ରମଣ ତଥା ନିଯୁକ୍ତି ପାଇଥିବା ଯୁବକ ଯୁବତୀ ମାନଙ୍କ ସହିତ କାର୍ଯ୍ଯକ୍ରମ ସଫଳତା ଅନୁଧ୍ୟାନ ନିମନ୍ତେ ଏକ ଅଭିଭାବକ, ବୁଦ୍ଧିଜୀବୀ ଓରମାସ୍ ଏବଂ ଓଡିଶା ଜୀବୀକା ମିଶନ୍ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ଜୁଲାଇ ୧୧ ଠାରୁ ଜୁଲାଇ ୧୮ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମରେ ଜିଲ୍ଲାର ୧୭ ଗୋଟି ବ୍ଲକ୍ ର ଅଭିଭାବକ, ସରକାରୀ ଅଧିକାରୀ ସମେତ ୪୧ଜଣ ପ୍ରତିନିଧି ସମୂହଙ୍କୁ ନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ଗତ ୧୧ ତାରିଖରେ ବାହାରି ଥିଲେ । ଏହାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ଯୋତି ପରିଡା ଙ୍କ ଦ୍ବାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ ଓ୍ବ. କୀର୍ତ୍ତି ଭାସନ୍, ଡେପୁଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓରମାସ୍ ଡ. ଜ୍ୟୋତି ପ୍ରକାଶ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ ଶ୍ରୀ କୀର୍ତ୍ତିଓ୍ବାସନ୍ ଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ କର୍ଣ୍ଣାଟକ ରାଜ୍ଯର ବାଙ୍ଗାଲୋର ସ୍ଥିତ ସାହି ଏକ୍ଲପୋର୍ଟ ପ୍ରାଇବେଟ୍ ଲିମିଟେଡ୍, ପୋଷାକ ତିଆରି କମ୍ପାନୀ, ମଦର ସନ୍ ସୁମି ସିଷ୍ଟମ ଲିମିଟେଡ୍ ରାମ ନଗର ବାଙ୍ଗୋଲୋର୍, ତାମିଲନାଡି ରାଜ୍ୟର କ୍ବାଣ୍ଟମ୍ ନିଡ୍ସ ତିରୁପୁର, ସହାନା କ୍ଲଥିଂ ପ୍ରାଇଭେଟ୍ ଲିମିଟେଡ୍ , ଗୁଗନ ନିଟ୍ ଓ୍ବେର ତିରୁପୁର ଏସବୁ ସ୍ଥାନ ମାନଙ୍କୁ ଯାଇଥିଲେ । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା କିପରି ଗ୍ରାମୀଣ ବେରୋଜଗାର ଯୁବକ ଯୁବତୀ ମାନେ ଦୀନ୍ ଦୟାଲ୍ ଗ୍ରାମୀଣ କୌଶଲ୍ୟା ଯୋଜନାରେ ତାଲିମ୍ ପରେ ନିଯୁକ୍ତି ପାଇ କମ୍ପାନୀ ମାନଙ୍କରେ କାର୍ଯ୍ୟ କରୁଛନ୍ତି । କମ୍ପାନୀ ମାନଙ୍କର ପରିବେଶ, କାର୍ଯ୍ୟ ଶୈଳୀ, ନୈତିକ ସହାୟତା, ପରିଷ୍କାର ପରିଚ୍ଛନ୍ନତା, ବ୍ୟବହାର, କମ୍ପାନୀ ତରଫରୁ ଆନୁସଙ୍ଗୀକ ସହାୟତାଏବଂ ପାରିଶ୍ରମିକ ପ୍ରଦାନ ସହିତ କରା୍ଯ୍ୟ କରାଇବା ସମୟ ସ୍ଥିତି ତଥା ସେମାନଙ୍କ ସନ୍ତୁଷ୍ଟି ବିଷୟରେ କାର୍ଯ୍ୟ କ୍ଷେତ୍ରରେ ନିଜର ଅଭିଭାବକ ମାନଙ୍କ କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କ ପୁଅ ଝିଅ ମାନଙ୍କ ସହିତ ମିଶିବା ଏବଂ ସେମାନଙ୍କ ଭାବର ଆଦାନ ପ୍ରଦାନ ଏବଂ ଭବିଷ୍ୟତ ଜାଣିବା ଯାହାକି ଆଗାମୀ ଦିନରେ ଏହି ଅଭିଭାବକ ମାନେ ନିଜ ନିଜ ଅଞ୍ଚଳରେ ଅନ୍ୟ ଯୁବକ ଯୁବତୀ ତଥା ସେମାନଙ୍କ ବାପା ମା ମାନଙ୍କୁ ଉତ୍ସାହିତ କରିପାରିବେ ଏବଂ ଏହାର ସୁଯୋଗ ବିଷୟରେ ସାଧାରଣରେ ପ୍ରଚାର ପ୍ରସାର କରିପାରିବେ । ଆଗାମୀ ଦିନରେ ଏହି ଅଭିଭାବକ ମାନେ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ ଯୋଜନାରେ ଗ୍ରାମ ସ୍ତରରେ ଜଣେ ଜଣେ ରାଷ୍ଟ୍ର ଦୂତ ଭଳି କାର୍ଯ୍ୟ କରିପାରିବେ ।
ଏହି କାର୍ଯ୍ୟକ୍ରମ ମଧ୍ୟରେ ଯାଇଥିବା ଦଳ ସିଧାସଳଖ ନିଯୁକ୍ତି ପାଇଥିବା ଯୁବକ ଯୁବତୀ କମ୍ପାନୀ କର୍ମକର୍ତ୍ତା ଏବଂ ଅଭିଭାବକ ଆଲୋଚନାରେ ଜାଣିବାକୁ ପାଇ ପାରିଥିଲେ ଡି.ଡି.ୟୁ. ଜେ.କେ.ଓ୍ବାଇ. ଦ୍ବାରା ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନଙ୍କ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି ମଧ୍ୟରେ ରୋଜଗାର ସୃଷ୍ଟି ହୋଇପାରିଛି ଯାହାକି ପରିବାରର ଜୀବୀକା ନିର୍ବାହ ଉପରେ ଯଥେଷ୍ଟ ପ୍ରଭାବ ପକାଇ ପାରିଛି । ଏବେ ସେମାନଙ୍କ ପରିବାରର ଆୟ ବଢିଛି । ବର୍ଦ୍ଧିତ ରୋଜଗାର ଘରର ଖର୍ଚ୍ଚର ସ୍ତରକୁ ସମାନତରେ ସହାୟକ ହୋଇପାରିଛି । ସେମାନେ ଆଜି ନିଜର ଆଗାମୀ ଭବିଷ୍ୟତକୁ ଉନ୍ନତ କରିବା ପାଇଁ ସକ୍ଷମ ହୋଇ ପାରିଛନ୍ତି ଏବଂ ଶେଷରେ ସମସ୍ତଙ୍କ ଜୀବନ ଜୀବୀକାର ବୃଦ୍ଧି ଘଟିଥିବାରୁ ବେଶ୍ ଆନନ୍ଦିତ ଅଛନ୍ତି ।
ସ୍ଥାନୀୟ ପରିବହନ ଠାରୁ ଆରମ୍ଭ କରି ବାଙ୍ଗାଲୋର ତିତିପୁର ପର୍ଯ୍ୟନ୍ତ ଯାହା ବ୍ୟବସ୍ଥା ଯାତ୍ରା ବ୍ୟବସ୍ଥା, ଖାଇବା ରହିବା ସମସ୍ତ ଖର୍ଚ୍ଚ, ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ, କାର୍ଯ୍ୟକ୍ରମର ସଂଯୋଜନା ଇତ୍ୟାଦି ଓରମାସ୍ ଗଞ୍ଜାମ ଦ୍ବାରା ସଂପାଦିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଦିବ୍ୟଜ୍ଯୋତି ପରିଡା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଞ୍ଜାମ କୀର୍ତ୍ତିଭାସନ୍ ଭି. ଙ୍କ ଦ୍ବାରା ପରିଚାଳିତ କରାଯାଇଥିବା ସହ ନିଜେ ମୁଖ୍ୟ ଉନ୍ନୟନ ଅଧିକାରୀ ନେତୃତ୍ବ ନେଇ ସେମାନଙ୍କ ସହ ଯାଇଥିଲେ
ଅଭିଭାବକ, ମତାମତ ନିର୍ମାତା ବୁଦ୍ଧିଜୀବୀ, ନିଯୁକ୍ତି ପାଇଥିବା ଯୁବକ ଯୁବତୀ ଏବଂ ପିଲାମାନଙ୍କୁ ନିଯୁକ୍ତି ଦେଇଥିବା ଶିଳ୍ପ ସଂସ୍ଥା ସହଯୋଗୀ ମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସ କରାଇଥିବାରୁ ଏବଂ ସେମାନଙ୍କୁ ଏହି କାର୍ଯ୍ୟକ୍ରମର ବଡ ସଫଳତା ଦେବାରେ ଏକ ମଞ୍ଚ ସୃଷ୍ଟି କରାଯାଇ ଥିବାରୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଏବଂ ଏହି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ଜିଲ୍ଲାର ଗ୍ରାମାଞ୍ଚଳର ଅନେକ ଯୁବକ ଯୁବତୀ ଦକ୍ଷତା ସହ ନିଯୁକ୍ତି ପାଇ ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here