ସାପ କାମୁଡ଼ାରେ ମହିଳା ମୃତ

0
784

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ମୃତ୍ୟୁ ଏମିତି ବି ଆସେ!ଏସ୍.ଓସ୍ତାପଡା ପଞ୍ଚାୟତ ଅଧିନସ୍ଥ ଲଛିପୁର ଗ୍ରାମର ଶାନ୍ତି ସ୍ଵାଇଁ(୫୨)ଙ୍କ ମୃତ୍ୟୁ ଘଟିଛି। ସ୍ଵାମୀ କବିରାଜ ସ୍ଵାଇଁଙ୍କ କହିବା ଅନୁଯାୟୀ ସେ ହେଉଛନ୍ତି ଚାଷୀ ପରିବାର ତେଣୁ ସେ ମୂଳ ଲାଗି ଓ ବିଲ କାମ କରି ପେଟ ପୋଷନ୍ତି। ସବୁଦିନ ଭଳି ସୋମବାର ଦିନ ମଧ୍ୟ ଶାନ୍ତି ସକାଲୁ ଉଠି ଧାନବିଲକୁ ବାହାରି ଯାଇଥିଲେ। ସେଠାରେ ୭:୦୦ ସମୟରେ ପହଁଚି ଫସଲ କିଭଳି ହୋଇଛି ନିରୀକ୍ଷଣ କରିବା ବେଳେ ହଟାତ ତାଙ୍କୁ ସର୍ପ ଦଂଶନ କରିଥିଲା ଓ ସେ ସେଠାରେ ହିଁ ସେ ମୃତ୍ୟୁ ବରଣ କରିଥିଲେ।ଏହି ଖବର ଶୁଣିବା ପରେ ତାଙ୍କ ପରିବାର ସହ ଗାଁ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here