ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା,ନିୟମକୁ କଡାକଡି ରୂପେ କାର୍ଯ୍ୟକାରୀ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ସହ ସହଯୋଗ ଲୋଡିଲେ ଏସ ପି

    0
    766

    ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ଓ ବ୍ରହ୍ମପୁର ସହରର ଗାଡ଼ି ଚାଳକଙ୍କୁ ନିୟମ ସଂପର୍କରେ ସଚେତନ କରାଇବା ପାଇଁ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ନିଜ ଟିମ୍ କୁ ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଟ୍ରାଫିକ୍ ନିୟମ ଆମ ଅମୂଲ୍ୟ ଜୀବନର ସୁରକ୍ଷା ପାଇଁ କରାଯାଇଛି ଏହି ବାସ୍ତବତାକୁ ବ୍ରହ୍ମପୁର ବାସୀଙ୍କୁ ହୃଦୟଙ୍ଗମ କରିବାକୁ ଏସପି ଏପରି ପଦକ୍ଷେପ ନେଇଛନ୍ତି । ଏଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ପୂର୍ବରୁ ବାରମ୍ବାର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ, ପରିବହନ କାର୍ଯ୍ୟାଳୟ, ଗଣମାଧ୍ୟମ ଦ୍ୱାରା ପ୍ରୟାସ କରାଯାଇଛି । ଏହି ସବୁ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ସତୁରି ପ୍ରତିଶତ ଲୋକେ ସଜାଗ ହୋଇଗଲେଣି କିନ୍ତୁ ବାକି ତିରିସି ପ୍ରତିଶତ ଲୋକ ବିଭିନ୍ନ ଆଳ ଦେଖାଇ ଆଇନ ଅମାନ୍ୟ କରୁଛନ୍ତି । ଏହି ନିୟମ ଉଲଙ୍ଘନକାରୀଙ୍କ ମତରେ ମୋଟା ଅଙ୍କର ଜୋରିମାନା ଆଦାୟ ଅନ୍ୟାୟ କିନ୍ତୁ ଟ୍ରାଫିକ୍ ନିୟମ ପାଳନ କରିଲେ ନିଜ ଜୀବନ ସୁରକ୍ଷିତ ହେବ ସେ କଥା ହୃଦୟଙ୍ଗମ କରିପାରୁନାହାନ୍ତି । ଏହି କିଛି ଲୋକଙ୍କୁ ସଚେତନ କରିବା ନେଇ ଏସପି ଶ୍ରୀ ମିଶ୍ରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ।

    LEAVE A REPLY

    Please enter your comment!
    Please enter your name here