ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ଏମ୍. ନିରଞ୍ଜନ ରେଡି

0
260

ଦିଗପହଣ୍ଡି:ବିଜୁ ଜନତା ଦଳର ସଙ୍ଘଠନକୁ ତୃଣମୂଳ ସ୍ଥରରୁ ଦୃଢ଼ କରିବା ପାଇଁ ବିଜୁ ଯୁବ ଜନତା ଦଳର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଳକ,କୁକୁଡାଖଣ୍ଡି ବ୍ଳକ ଓ ଦିଗପହଣ୍ଡି ଏନଏସି )ର ସଭାପତି ଭାବେ ଯୁବନେତା ଶ୍ରୀଯୁକ୍ତ ଏମ୍. ନିରଞ୍ଜନ ରେଡିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି ।ଏହି ଦାଇତ୍ୱ ମିଳିବା ପରେ ଯୁବନେତା ଶ୍ରୀ ରେଡି ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ମାନ୍ୟବର ଦିଗପହଣ୍ଡି ବିଧାୟକ ତଥା ପ୍ରାକ୍ତନ ବାଚସ୍ପତି ଡ଼ଃ ସୁର୍ଯ୍ୟ ନାରାୟଣ ପାତ୍ର,ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଲବ ପାତ୍ର,ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ଵାଇଁ,ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଭବାନୀକାନ୍ତ ସାହୁଙ୍କୁ ଦିଗପହଣ୍ଡି ବିଜୁ ପରିବାର ପକ୍ଷରୁ ଅନେକ ଅନେକ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here