ଆସିକାରେ ଭାରତ ବନ୍ଦର ପ୍ରଭାଵ

0
309

ଆସିକା(ଜଗନ୍ନାଥ ସାହୁ) ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟିର ବିଭିନ୍ନ ସଂଶୋଧିତ ନିୟମକୁ ବିରୋଧ କରି ବ୍ୟବସାୟୀମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ପାଳନକୁ ଦେଶର ୪୦,୦୦୦ ବ୍ୟବସାୟୀ ସଂଘ ସମର୍ଥନ କରୁଛନ୍ତି । ଏହାସହ ୮ କୋଟିରୁ ଅଧିକ ବ୍ୟବସାୟୀ ବନ୍ଦକୁ ସମର୍ଥନ କରିବେ ବୋଲି ସିଏଆଇଟି ପକ୍ଷରୁ କୁହାଯାଇଛି । ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇ ଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ବଣିଜ ସଙ୍ଘ ମଧ୍ୟ ଏହି ଆନ୍ଦୋଳନ ରେ ସାମିଲ ହୋଇଛି l ଆଜି ସକାଳୁ ଆସିକା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିବା ବେଳେ ସଙ୍ଘର କର୍ମକର୍ତା ମାନେ ଆସିକା ପୁରୁଣା ବସଷ୍ଟାଣ୍ଡ ଠାରେ ଫ୍ଲାଗ କାର୍ଡ ଧରି ନାରାବାଜି କରି ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଉଛନ୍ତି l

LEAVE A REPLY

Please enter your comment!
Please enter your name here