ଧରାକୋଟରୁ ବିଜେପିର ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ

0
256

ଧରାକୋଟ:ଧରାକୋଟ ଗଡର ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ବିଜେପିର ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛି।କୃଷକ ମୋର୍ଚ୍ଚାର ସଂପାଦକ ଇ.ପ୍ରଦୀପ ପତ୍ରୀ ନେତୃତ୍ୱରେ ବରିଷ୍ଠ ନେତ୍ରୀ ଅନିତା ଶୁଭଦର୍ଶନୀ,ଓଡ଼ିଆ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ।ଏହି ଅବସରରେ ୨୯ନଂ ଜୋନର ଦଳୀୟ ପ୍ରାର୍ଥୀ ଅଶୋକ ପାତ୍ର,୩୦ନଂ ଜୋନ ପାର୍ଥି କେଶବ ସ୍ୱାଇଁ ଓ ୩୧ ନଂ ଜୋନ ପାର୍ଥିନୀ ଅନିତା ପତ୍ରୀ ଉପସ୍ଥିତ ଥିଲେ। ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ନିଜ ନିଜ ଦଳର ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପାର୍ଥିଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ ହିତକାରୀ ଯୋଜନା ଏବଂ ବିକାଶ ମୂଳକ ପରିକଳ୍ପନାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳୀୟ ପାର୍ଥିଙ୍କ ସପକ୍ଷରେ ମତଦାନ ପାଇଁ ଅନୁରୋଧ କରିଥିଲେ।ଏହି ଅବସରରେ ଧରାକୋଟ ଓ ଗଡ ଦାମୋଦର ପଲ୍ଲୀ ପରିକ୍ରମା ସହ ମୁଣ୍ଡମରାଇରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ମୁଣ୍ଡମରାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମାନସ ରଞ୍ଜନ ନାୟକ ଓ ତାଙ୍କ ସମର୍ଥକମାନେ ବିଜେପିରେ ଯୋଗଦେବା ସହ ପୋଡାପଲ୍ଲୀ ଗ୍ରାମ ଓ ଢଉଁଗାଁ ପଞ୍ଚାୟତରେ ପ୍ରଚାର ହୋଇଥିଲା ।ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଧରାକୋଟ ବ୍ଲକର ତିନିଗୋଟି ଜୋନ ରେ ତ୍ରିମୂଖୀ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଥିବାରୁ ରାଜନୈତିକ ସରଗରମ ଆରମ୍ଭ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here