ଲାଞ୍ଚ ମାଗି ବୈପାରୀଗୁଡ଼ା ସିଡିପିଓ ନିଲମ୍ବିତ

0
1581

କୋରାପୁଟ : ବୈପାରୀଗୁଡ଼ା ଶିଶୁ ସମ୍ମନିତ ବିକାଶ ଯୋଜନାର ଅଧିକାରୀ (ସିଡିପିଓ)ଙ୍କୁ ସସ୍ପେଣ୍ଡ କରାଯାଇଛି। ଓଡିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବୈପାରୀଗୁଡା ବ୍ଲକ ସିଡିପିଓ ସୁରମା ମହାପାତ୍ରଙ୍କୁ ଆଜି ନିଜ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ସିଡିପିଓ ବୈପାରୀଗୁଡ଼ା ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମାନସିକ ନିର୍ଯାତନା, ନୂତନ ଅଙ୍ଗନବାଡି କର୍ମୀଙ୍କଠାରୁ ଲାଞ୍ଚ ଆଦାୟ, ଗରମ ରନ୍ଧା ଖାଦ୍ୟ, ଖେଳନା କିଣା ପରି ବହୁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା।
ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଏହି ଅଭିଯୋଗ କରି ଆସୁଥିଲେ। ପରେ ବିଭିନ୍ନ ଗଣମାଧ୍ୟମରେ ସିଡିପିଓଙ୍କ ଦୁର୍ନୀତିର ଖବର ବହୁବାର ପ୍ରସାରଣ ହେବା ପରେ ତାଙ୍କୁ ଆଜି ନିଲମ୍ବିତ କରାଯାଇଛି।

LEAVE A REPLY

Please enter your comment!
Please enter your name here