ନବନିର୍ବାଚିତ ପାରଳାଖେମୁଣ୍ଡି ପୈରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠି ନୂତନ ଭାବେ ଦାୟିତ୍ଵ ଗ୍ରହଣ

0
358

ପାରଳାଖେମୁଣ୍ଡ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୈରାଞ୍ଚଳରେ ଚଳିତ ବର୍ଷ ପୈର ଅଧ୍ୟକ୍ଷା ଏବଂ ପୈର ୱଡସଭ୍ୟ ନିର୍ବାଚନ ରେ ନିର୍ବାଚିତ ହୋଇଥିବା ସଭ୍ୟ ସଭ୍ୟା ନବନିର୍ବାଚିତ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠି ଗତ କାଲି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପାରଳାଖେମୁଣ୍ଡି ପୈରପରିଷଦ କାର୍ଯ୍ୟାଳୟ ପରିସରରେ ଗତକାଲି ବହୁ ବିଜେଡି କର୍ମୀ ଏବଂ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୌର ପରିଷଦ ଅଧ୍ୟକ୍ଷା ଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ନେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ . ତତ୍ ସହିତ ନଵ ନିର୍ବାଚିତ କେବଳ ନିଜ ଦଳିୟ ୱାର୍ଡ କାଉନସିଲର ମାନେ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ବିରୋଧୀ ଦଳ ପକ୍ଷରୁ ନିର୍ବାଚିତ ହୋଇଥିବା ସଭ୍ୟ ଙ୍କ ଦେଖିବାକୁ ମିଳିନଥିଲା। ଏଠାରେ ଦଳିୟ ନେତା କର୍ମୀମାନେ ଉପସ୍ଥିତ ହୋଇ ଅଧକ୍ଷା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପୈରପାଳିକା ର ଦାୟିତ୍ୱ ଗ୍ରହଣ ପରେ ବଜାର ଛକ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ହାଇସ୍କୁଲ ଛକ ଠାରେ ଥିବା ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଅଧ୍ୟକ୍ଷା । ଦାୟିତ୍ୱ ଗ୍ରହଣ କଲା ପରେ ନୂତନ ଭାବେ ପୌର ପରିଷଦ ଅଧ୍ୟକ୍ଷା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଦାୟିତ୍ୱ ଗ୍ରହଣ କରି ସେ ବହୁତ ଖୁସି ଅନୁଭବ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।ଆଶା ଓ ବିଶ୍ୱାସ ପ୍ରକଟ କରି ମତେ ଲୋକେ ଚୟନ କରିଥିବାରୁ ଆଜି ପୌର ପରିଷଦ ଅଧ୍ୟକ୍ଷା ହୋଇପାରିଛି , ପାରଳା ଜନସାଧାରଣ ଅକୁଣ୍ଠ ସମର୍ଥନ ଓ ଭୋଟ ଦେଇ ଜୟଯୁକ୍ତ କରାଇଛନ୍ତି ତେଣୁ ପାରଳା ବାସୀଙ୍କୁ କୃତଜ୍ଞତା ଜଣାଉଛି । ପାରଳା ପୌର ପରିଷଦ କୁ ସର୍ବାଙ୍ଗୀନ ଉନ୍ନତି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଯେପରି ପ୍ରକୃତ ହିତାଧିକାରୀ ପାଇ ପାରିବେ, ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ହୋଇ ପୌର ପରିଷଦ ଏକ ନମ୍ବର ପୌର ପରିଷଦ ହେବ ଉପରେ ସେ ଉପରେ ଗୁରୁତ୍ୱ ଦେବି । ଏହି କାର୍ଯ୍ୟକ୍ରମ ରେ ରାଜଜେମା କଲ୍ୟାଣି ଗଜପତି , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଜମାଦାର ପଟ୍ଟନାୟକ, ରାଜେନ୍ଦ୍ର ବେହେରା, , ସୁରେଶ ମାଝୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଆଜି ପୌର ପରିଷଦ କାର୍ଯ୍ୟାଳୟଟି ଜାକ ଜମକର ଭିଡ଼ ଦେଖିବାକୁ ମିଳିଛି ଏହି ଦୃଶ୍ୟ ଆଗକୁ ଆହୁରି କେତେ ରୁପରେଖା ବଦଳାଇ ପାରିବ ତାହା ସମୟ ହିଁ କହିବ ବୋଲି କିଛି ବଳିଷ୍ଠ ଙ୍କ ପାଗରୁ ସୁଣିବାକୁ ମିଳିଛି ।

ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here