ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ତରଫରୁ “ଆମ ସମ୍ବିଧାନ ଓ ବୈଜ୍ଞାନିକ ଚିନ୍ତନ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

0
221

ଭଞ୍ଜନଗର : ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି ସ୍ଥିତ ରାଧାକୃଷ୍ଣ ପାଠାଗାର ଠାରେ ଅନୁଷ୍ଠାନ ତରଫରୁ “ଆମ ସମ୍ବିଧାନ ଓ ବୈଜ୍ଞାନିକ ଚିନ୍ତନ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ା ଏହି ଆଲୋଚନାରେ ଅନୁଷ୍ଠାନର ସଭାପତି ନିରଞ୍ଜନ ପ୍ରଧାନ, ମୁଖ୍ୟ ଅତିଥି ଆଇନଜୀବୀ ବୈଦ୍ୟନାଥ ସାହୁ,ମୁଖ୍ୟ ବକ୍ତା ଉଦୟଗିରି କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେସ ବାଗ, ଅନୁଷ୍ଠାନର ସଂପାଦକ ଭଞ୍ଜ କିଶୋର ପ୍ରଧାନଙ୍କ ସମେତ କବି ପ୍ରଶାନ୍ତ ମହାନ୍ତି, ନେତାଜୀ ବିଷୋୟୀ,ପଦ୍ମନାଭ ପ୍ରଧାନ,ବିପଦ ବନ୍ଧୁ ରାଉତ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ା ଶିକ୍ଷା ଓ ସଚେତନତା ଜରିଆରେ ଏବଂ ବିଜ୍ଞାନର ସହାୟତାରେ ସମାଜରୁ ହଜିଯାଉଥିବା ମୂଲ୍ୟବୋଧ ଗୁଡିକୁ ପ୍ରତିଷ୍ଠା କରିବା ସହ ସମ୍ବିଧାନରେ ରହିଥିବା ନୀତି ଆଦର୍ଶ ଗୁଡିକ କିପରି ବିଜ୍ଞାନ ଭିତ୍ତିକ ସେ ସମ୍ବନ୍ଧୀୟ ଆଲୋଚନା କରାଯିବା ସହ ଯୁବ ବର୍ଗଙ୍କୁ ଏଥି ପ୍ରତି ଆକର୍ଷିତ କରିବା ପାଇଁ ନାନା ଆଲୋଚନା ଚକ୍ର କରାଯିବା ପାଇଁ ମତ ପ୍ରକାଶ ପାଇଥିଲା ା ମୋହନ ସାହୁ,ତ୍ରିନାଥ ବେହେରା,ଭଞ୍ଜ କିଶୋର ପ୍ରଧାନ,ଦିବାକର ପ୍ରଧାନ, କୁମାର କର୍ତିକେଶ୍ୱର ପ୍ରଧାନ ପ୍ରମୁଖ ଙ୍କ ସମେତ ଏହି ଆଲୋଚନା ଚକ୍ରରେ ବହୁ ବୁଦ୍ଧିଜୀବୀ,ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ ା ଶେଷରେ ଅନୁଷ୍ଠାନର ସଦସ୍ୟ ପ୍ରସନ୍ନ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here