ଭଞ୍ଜନଗର ମେଡ଼ିକାଲ ପରିଦର୍ଶନ କଲେ ଉପଜିଲ୍ଲାପାଳ

0
236

ଭଞ୍ଜନଗର : ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଆଜି ସକାଳ ସମୟରେ ଅଚାନକ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପରିଦର୍ଶନ କରିଛନ୍ତି । ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି ଙ୍କ ସହ ହସ୍ପିଟାଲ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ହସ୍ପିଟାଲ ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ସମସ୍ୟା ଉପରେ ଆଲୋଚନ କରିଥିଲେ । ମେଡ଼ିକାଲର ସ୍ଵଛତା ଓ ପରିମଳ ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିବା ସହ ଉତ୍ତମ ରୋଗୀ ସେବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ପରେ ହସ୍ପିଟାଲର ଅନ୍ୟ ବିଭାଗ ବୁଲି ଦେଖିଥିଲେ । ଆଲୋଚନା ରେ ହସ୍ପିଟାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ,ଡାକ୍ତର ବି.ପ୍ରଣବାନନ୍ଦ ପାତ୍ର ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here