ଜାତୀୟ ସେବା ଯୋଜନା ଦିବସ ପାଳିତ

0
244

ଭଞ୍ଜନଗର : ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଏନ୍.ଏସ୍.ଏସ ପତାକା ଉତ୍ତୋଳନ କରି ସ୍ବେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ପରେ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ “ଛାତ୍ର ଜୀବନରେ ସେବାର ମହତ୍ତ୍ଵ ଆବଶ୍ୟକ” ତେଣୁ ସମସ୍ତେ ଜଣେ ଜଣେ ସ୍ବେଚ୍ଛକୃତ ଭାବେ ସ୍ବେଚ୍ଛାସେବୀ ହେବା ଦରକାର । ମୁଖ୍ୟ ବକ୍ତା ଭାବେ ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଯୋଗଦେଇ ସେବା କଣ ? ଓ ଏନ୍.ଏସ୍.ଏସ ର ଲକ୍ଷ୍ୟ ଆଭିମୁଖ୍ୟ ଓ ସଂକେତ ସମ୍ପର୍କରେ ଆଲୋଚନା କରିବା ସହିତ ସ୍ବେଚ୍ଛାସେବୀ କିପରି ହେବ ଉଚିତ ସେ ଉପରେ “ସ୍ବେଚ୍ଛାସେବୀ ଆମେ ସ୍ଵେଚ୍ଛାସେବୀ” ଗୀତ ଗାୟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଏନ୍.ଏସ୍.ଏସ୍ ସହ ସଂଯୋଜକ ଅଧ୍ୟାପକ ସୁନିଲ୍ କୁମାର ମୁନି ଯୋଗଦେଇ ଏନ୍.ଏସ୍.ଏସ୍ ର ଉପକାରିତା ସମ୍ପର୍କରେ ଉଦବୋଧନ ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ପୂର୍ବତନ ଯୋଜନା ଅଧିକାରୀ ସୁନିର କାନ୍ତ ମିଶ୍ର ଯୋଗଦେଇ ଜୀବନରେ ସେବାର ମହତ୍ତ୍ଵ କଣ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏନ୍.ଏସ୍.ଏସ୍ ର ଯୋଜନା ଅଧିକାରୀ ପ୍ରାଧ୍ୟାପକ ପ୍ରଶାନ୍ତ ରଥ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ କର୍ମଚାରୀ, ଏନ୍.ଏସ୍.ଏସ୍ ସ୍ବେଚ୍ଛାସେବୀ ଓ କଲେଜର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପୁରାତନ ସ୍ବେଚ୍ଛାସେବୀ ବିଭୂତି ଭୂଷଣ ନାୟକଙ୍କ ସମେତ ସ୍ବେଚ୍ଛାସେବୀ ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ଶୁଭମ୍ ମହାନ୍ତି, ଜଗବନ୍ଧୁ ପାତ୍ର ଓ ସନ୍ତୋଷ ରଥ ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here