ଟୋଲ ଗେଟରେ ଜୋରଦାର ଯାଞ୍ଚ;୪୨୬ ମଦୁଆ ଗାଡି ଚାଳକ ଗିରଫ

0
665

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମଦୁଆ ଗାଡିଚାଳକଙ୍କ ପାର୍ଦୁଭାବ କମାଇବା ସହ ରାଜ୍ୟରେ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ପୋଲିସ ସେପ୍ଟେମର ୬ ତାରିଖରୁ ନିୟମକୁ କଡ଼ାକଡ଼ି କରିଛି । ଡିଜି ବିଜିୟ କୁମାର ଶର୍ମାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସର୍ବ ମୋଟ ୪୨୬ ମଦୁଆ ଗାଡିଚାଳକ ଗିରଫ ହୋଇଛନ୍ତି। ପ୍ରଥମ ଦିନରେ ୪୨ମଦ୍ୟପ ଗାଡିଚାଳକଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ଦିନ ରାଜପଥରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୪୧ଜଣଙ୍କୁ ପୋଲିସ ଗିରଫ କରିଛି। ଗଞ୍ଜାମ ଜିଲ୍ଲାରେ ୨୬ଜଣ ମଦ୍ୟପ ଚାଳକ ଗିରଫ ହୋଇଥିବା ବେଳେ ଯାଜପୁରରେ ୨୦, ସମ୍ବଲପୁରରେ ୧୮, ରାଉରକେଲାରେ ୧୬, ବ୍ରହ୍ମପୁରରେ ୧୨, ଜଗତସିଂହପୁରରେ ୧୨, ଗଜପତି ୯, ଅନୁଗୁଳ ୬, ନବରଙ୍ଗପୁର ୬, କୋରାପୁଟ ୫, ମୟୂରଭଞ୍ଜ ୪, କେନ୍ଦ୍ରାପଡ଼ା ୨, ବାଲେଶ୍ୱର ୧, ଖୋର୍ଦ୍ଧା ୧, କନ୍ଧମାଳ ୧, ସୁନ୍ଦରଗଡ଼ ୧ ଓ ସୋନପୁର ଜିଲ୍ଲାରେ ଜଣେ ମଦ୍ୟପଙ୍କୁ ପୋଲିସ ଗିରଫ କରିଛି । ରାଜ୍ୟରେ ୧୪ଟି ଟୋଲ ଗେଟରେ ଯାଞ୍ଚ ଚାଲିଛି ।

LEAVE A REPLY

Please enter your comment!
Please enter your name here