ପରିବହନ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଗଞ୍ଜାମ ଓକିଲ ସଂଘର ଦାବୀ

    0
    713

    ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନୂତନ ଟ୍ରାଫିକ ନିୟମ କଡାକଡି ରୂପେ ପାଳନ କରାଯାଇ ହେଲମେଟ ନ ପିନ୍ଧିଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଥିବା ଯୋଗୁଁ ଜଣସାଧାରଣ ହେଲମେଟ ପିନ୍ଧିବାରେ ଅଭ୍ୟସ୍ତ ହୋଇଗଲେଣି । କିନ୍ତୁ ଗାଡ଼ିର ଅନ୍ୟାନ୍ୟ କାଗଜ ପତ୍ର ତଥା ଡିଏଲ, ଆରସି ବୁକ, ଫିଟନେସ, ପଲ୍ୟୁସନ ଚେକିଂ ସାର୍ଟିଫିକେଟ ଆଦି ନଥିଲେ ଜୋରିମାନା ଆଦାୟ ନିୟମକୁ ଆସନ୍ତା ତିନି ମାସ ପାଇଁ କୋହଳ କରାଯାଇଛି । ଏଣୁ ଏହି ସମୟ ଭିତରେ ସମସ୍ତେ ପରିବହନ କାର୍ଯ୍ୟାଳକୁ ଯାଇ ନିଜର କାଗଜ ପତ୍ର କରାଇବା ପାଇଁ ଲାଗିପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାରେ ଛତ୍ରପୁର ଓ ଭଞ୍ଜନଗରରେ ରହିଛି ପରିବହନ କାର୍ଯ୍ୟାଳୟ । ବ୍ରହ୍ମପୁରରେ ଯାନବାହାନ ସଂଖ୍ୟା ଅଧିକ ଥିବାରୁ ଏଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏକ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଗଞ୍ଜାମ ଓକିଲ ସଂଘର କିଛି ସଦସ୍ୟ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରେୟ ଭାଉସାହେବଙ୍କୁ ଭେଟି ଏ ସମ୍ପର୍କରେ ଦାବି ଜଣାଇଛନ୍ତି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଶିଶିର ପାଢ଼ୀ, ପୀତବାସ ପଣ୍ଡା, ଅଶୋକ ଶୁକ୍ଲା, ପ୍ରଦୀପ ବେହେରା ପ୍ରମୁଖ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥଲେ । ଉପଜିଲ୍ଲାପାଳ ଏହି ଶାଖା କାର୍ଯ୍ୟାଳୟ ଏକ ସପ୍ତାହ ମଧ୍ୟରେ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

    LEAVE A REPLY

    Please enter your comment!
    Please enter your name here