ପୂର୍ଣ୍ଣ ନାହାକ ହତ୍ୟା ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

0
301

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର-ରେଗିଡ଼ି ମଝିରାସ୍ତାରେ ଗତ ମଙ୍ଗଳବାର ହୋଇଥିବା ପୂର୍ଣ୍ଣ ଚନ୍ଦ୍ର ନାହକ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ସଫଳତା ।ଏହି ଘଟଣାରେ ସଦର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଋଷିପୁର ଗ୍ରାମର ଭୀମ ବେହେରା(୨୯),ସାଗର ବେହେରା(୨୬),କୃଷ୍ଣ ବେହେରା(୫୦) । ସୂଚନାଯୋଗ୍ୟ ଯେ,ଏକ ଦୁଷ୍କର୍ମ ମାମଲାର ସାକ୍ଷୀ ଦେବା ପାଇଁ ରାମସା ନାରାୟଣପୁର ଗ୍ରାମର ପୂର୍ଣଚନ୍ଦ୍ର ନାହାକ ଗତ ୧୩ ତାରିଖର ସକାଳ ୧୦ଟା ୧୦ମିନଟ ସମୟରେ ଏକ ବାଇକ୍‌ରେ ବ୍ରହ୍ମପୁର ପୋସ୍କୋ କୋର୍ଟକୁ ସାକ୍ଷୀ ଦେବା ପାଇଁ ଯାଉଥିବା ବେଳେ ସଦରଥାନା ଅନ୍ତର୍ଗତ ଚଣ୍ଡୀପଦର-ରେଗଡି ଛକ ମଝି ରାସ୍ତାରେ ପୂର୍ବରୁ ଛପି ରହିଥିବା ଉପରୋକ୍ତ ଅଭିଯୁକ୍ତମାନେ ପୂର୍ଣ୍ଣଙ୍କ ଗୋଡକୁ ଲକ୍ଷ କରି ଖଣ୍ଡାରେ ହାଣିଥିଲେ ।ପୂର୍ଣ୍ଣ ତଳେ ପଡିଯିବା ପରେ ତାଙ୍କୁ ୪ଜଣ ଯୁବକ ଆକ୍ରମଣ କରି ଚାଲିଥିଲେ । ରକ୍ତାକ୍ତ ଅବସ୍ଥାରେ ପୂର୍ଣ୍ଣ ରାସ୍ତାରେ ପଡିଥିବା ବେଳେ ଜଣେ ହତ୍ୟାକାରୀ ପୂର୍ଣ୍ଣଙ୍କ ପତ୍ନୀ ମିନତୀ ନାହାକଙ୍କୁ ଫୋନ୍ କରି ତୁମ ସ୍ୱାମୀଙ୍କୁ ହାଣିଦେଲୁ ରାସ୍ତାରେ ପଡିଛି ତୁରନ୍ତ ମେଡିକାଲ ନିଅ ବୋଲି କହି ଫୋନ୍ କାଟି ଦେଇଥିଲେ ।ଘଟଣା ସ୍ଥଳେ ସଦର ଥାନା ପୋଲିସ ପହଞ୍ଚି ରକ୍ତାକ୍ତ ହୋଇ ପଡିରହିଥିବା ପୂର୍ଣ୍ଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲା ।ଏଠାରେ
କିଛି ସମୟର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।ପରେ ଏ ନେଇ ମୃତ ପୂର୍ଣ୍ଣଙ୍କ ସ୍ତ୍ରୀ ମିନତୀ ନାହାକ ସଦର ଥାନାରେ ୨୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ଏତଲା ଦେଇଥିଲେ ।ଏତଲାକୁ ଭିତ୍ତିକରି ପୋଲିସ କେସ୍ ନଂ ୪୨୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।ତଦନ୍ତ ବେଳେ ପୋଲିସ ଜାଣିବକୁ ପାଇଥିଲା କି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ଣ୍ଣଙ୍କୁ ହତ୍ୟା କରାଯାଇଥିଲା ।ପୂର୍ବରୁ ମୃତ ପୂର୍ଣ୍ଣ ଓ ଭୀମ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।ଏ ନେଇ ଭୀମ ଗୋଷ୍ଠୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତ ପୂର୍ଣ୍ଣଙ୍କ ନାଁରେ ଆଟ୍ରୋସିଟି ମାମଲା ରୁଜୁ କରିଥିଲା ।ତେଣୁ ପୂର୍ଣ୍ଣ ଗିରଫ ହେବା ପୂର୍ବରୁ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିଲେ ।ସେ କୋର୍ଟରୁ ଜାମିନ୍ ଆଣିଥିବା ଖବର ଜଣାପଡିବା ପରେ ଭିମପୁଣି ସୁଯୋଗ ଖୋଜୁଥିଲା ପୂର୍ଣ୍ଣକୁ ଜୀବନରେ ମାରିଦେବା ଦେବା ପାଇଁ ।ଏଭଳି ଏକ ମଉକା ମିଳିଯାଇଥିଲା ଭୀମ ଗୋଷ୍ଠୀଙ୍କୁ,ଯେତେବେଳେ ପୂର୍ଣ୍ଣ ବ୍ରହ୍ମପୁର ପୋସ୍କୋ କୋର୍ଟକୁ ସାକ୍ଷୀ ଦେବା ପାଇଁ ଯାଉଥିବା ଖବର ଭୀମ ଜାଣିବା ପରେ ଭୀମଗୋଷ୍ଠୀ ମଙ୍ଗଳବାର ଦିନ ସଦର ଥାନା ଅନ୍ତର୍ଗତ ରେଗିଡି ଛକ ଠାରୁ ଚଣ୍ଡିପଦର ମଝି ରାସ୍ତାରେ ଛଫି ରହିବା ସହ ପୂର୍ବଯୋଜନାମୁତାବକ ପୂର୍ଣ୍ଣକୁ ମରଣାତ୍ମକ ଆକ୍ରମଣ କରିଥିଲେ ।ଯାହା ଫଳରେ ସେ ଗୁରୁତର ହୋଇ ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ।କିନ୍ତୁ ଚିକିତ୍ସାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ପରେ ଶବ ବ୍ୟବଚ୍ଛେଦ ହେବା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ।ଶବକୁ ନେଇ ଗତକାଲି ତାଙ୍କ ପରିବାର ଲୋକେ ପୁରୁଷୋତ୍ତମ ଥାନା ଅନ୍ତର୍ଗତ ଋଷିପୁରଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଘଟଣାରେ ସମ୍ପୃକ୍ତ ଥିବା ଆସାମୀଙ୍କୁ ଗିରଫ କରିବା ଦାବିରେ ରାସ୍ତା ରୋକ କରିଥିଲେ ।ପୁଲିସ ପକ୍ଷରୁ ବୁଝା ପରେ ସେମାନେ ରାସ୍ତାରୁ ହଟିଥିଲେ ।ଆଜି ସଦର ଥାନା ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭୀମଙ୍କ ସମେତ ତିନି ଜଣଙ୍କୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି ହତ୍ୟା କାଣ୍ଡ ଘଟଣାରେ ଜଡ଼ିତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଜୀବ ବୋଲି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ଆଜି ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here