ଫେରାର ଗୁଟଖା କାରଖାନା ମାଲିକ ନରେନ୍ଦ୍ର ସାହୁକୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ

0
274

ବ୍ରହ୍ମପୁର: ଗୁଟଖା କାରଖାନା ମାଲିକ ନରେନ୍ଦ୍ର ସାହୁଙ୍କୁ ଗତକାଲି ସଦର ଥାନା ପୋଲିସ ଭୁବନେଶ୍ୱର ରୁ ଗିରଫ କରିଥିବା ବେଳେ ଆଜି କୋଟ ଚାଲାଣ କରିଥିବା ସୂଚନା ମିଳିଛି ।ଏଥିପୂର୍ବରୁ ନରେନ୍ଦ୍ରଙ୍କ ୩ଟି ନକଲି ଗୁଟଖା କାରଖାନା ଉପରେ ପୋଲିସ ଚଢ଼ାଉ କରି ପ୍ରାୟ ୩ କୋଟିର ଗୁଟଖା ଓ ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା ।ଏହି ଘଟଣା ପରେ ନରେନ୍ଦ୍ର ଓ ତାଙ୍କ ଗୁମାସ୍ତା ମିଟୁ ସାହୁ ପୋଲିସ ଆଖିରେ ଧୂଳି ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲେ ।କିନ୍ତୁ ଏହାର ଗୋଟିଏ ଦିନ ପରେ ଅଭିଯୁକ୍ତ ନରେନ୍ଦ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୪୯ ଲକ୍ଷ ଟଙ୍କା ଫ୍ରିଜ କରିଥିଲା ।ଫେରାର ଥିବା ନରେନ୍ଦ୍ର ଓ ମିଟୁକୁ ଧରିବା ପାଇଁ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପିଙ୍କ ଜରିଆରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗିରଫ କରିବା ପାଇଁ ଚେଷ୍ଟା ଚାଲିଥିଲା ।କିନ୍ତୁ ନରେନ୍ଦ୍ର ଭୁବନେଶ୍ୱରରେ ଥିବା ଖବର ପାଇବା ଉକ୍ତ ସ୍ୱତନ୍ତ୍ର ଟିମ ଭୁବନେଶ୍ୱରରେ ପହଞ୍ଚି ନରେନ୍ଦ୍ର ସାହୁକୁ ଗିରଫ କରିବାରେ ସଫଳ ହୋଇଥିଲା । ଭୁବନେଶ୍ୱରରୁ ଗିରଫ କରି ବ୍ରହ୍ମପୁର ଅଣାଯିବା ସହ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ୍ ଏମ୍ କୌଣସି ସୂତ୍ରରୁ ଖବର ପାଇ ଗତ ଅଗଷ୍ଟ ୩୦ତାରିଖରେ ରାମଚନ୍ଦ୍ରପୁର ଠାରେ ଚାଲିଥିବା ୩ଟି ନକଲି ଗୁଟଖା କାରଖାନା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉ ପରେ ସେଠାରୁ ୨୦ଟି ବଡ ବସ୍ତା ନକଲି ଗୁଟଖା,୧୪ ହଜାର କେଜିର ବିଭିନ୍ନ ପ୍ରକାର କଞ୍ଚାମାଲା,ବିପୁଳ ପରିମାଣର ପଲିଥିନ ରୋଲ,ବଡ଼ ମେସିନ୍ ୧୦ଟି,ଛୋଟ ପେକିଂ ମେସିନ ପ୍ରାୟ ୧୫ଟି,ଦୁଇଟି ଟ୍ରକ୍,ଗୋଟିଏ ଟାଟା ମେଜିକ ଗାଡି ଓ ଏକ ଡାଲା ଅଟୋ ସହ ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here