ପୁଅ ଝିଅଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ପାଇଁ ଉଦ୍ୟମ

0
259

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): ଜଣେ ମହିଳା ତାଙ୍କର ଦୁଇ ଛୁଆଙ୍କୁ କୂଅକୁ ଠେଲି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଅଞ୍ଚଳରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ରାଇକିଆ ଖ୍ରୀଷ୍ଟିଆନ ସାହିରେ ରହୁଥିବା ଭାଗ୍ୟଲକ୍ଷ୍ମୀ ପାତ୍ର ଓ ତାଙ୍କ ସ୍ୱାମୀ ଏମ୍‌. ରାଜେଶ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଭାଗ୍ୟଲକ୍ଷ୍ମୀ ଦୁଇ ଛୁଆ (୯ ବର୍ଷର ଝିଅ ବୈଷ୍ଣବୀ ଓ ୫ ବର୍ଷର ପୁଅ ଯୁବରାଜ)ଙ୍କୁ ଧରି ଘରୁ ପଳାଇଥିଲେ। ଶନିବାର ଏକ କୂଅରେ ଦୁଇ ଛୁଆଙ୍କୁ ଠେଲି ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।କେଉଁ କାରଣକୁ ନେଇ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା ଯେ ସେ ଏଭଳି ଏକ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ। ରାଇକିଆ ପୁଲିସ୍ ଘଟଣାର ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ରାଇକିଆ ଥାନାରେ ଅଭିଯୋଗ କରିଛନ୍ତି ଯେ ରାଜେଶଙ୍କର ଅନ୍ୟ ମହିଳାଙ୍କ ସହିତ ସଂପର୍କ ଥିଲା। ସେଥିପାଇଁ ଭାଗ୍ୟଲକ୍ଷ୍ମୀ ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଭାଗ୍ୟଲକ୍ଷ୍ମୀଙ୍କୁ ରାଜେଶ ନିର୍ଯାତନା ଦେଉଥିବାରୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା ତାଙ୍କ ଭାଇ କହିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଜି.ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ଡ.ତିରୁପତି ରାୟ ପଟ୍ଟନାୟକ ଓ ଥାନା ଅଧିକାରୀ ଶ୍ରକାନ୍ତ ଖମାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here