କୁନି ପିଲାଙ୍କ ପ୍ରତିଭା ପ୍ରକାଶ କରିବା ପାଇଁ ରିୟଲ ଷ୍ଟାର ଡାନ୍ସ ଏକାଡେମି ର ନୂତନ ପ୍ରୟାସ ଜୟ ଯବାନ ଜୟ କିସାନ

0
265

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଭିନ୍ନ ନୃତ୍ୟ କଳା ପାଇଁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି.ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକା ୟତ କଳାକୁ ବିକଶିତ କରିବା ପାଇଁ ଅନେକ ନୃତ୍ୟ
ଅନୁଷ୍ଠାନ ରହିଅଛି.ଏହି ଅନୁଷ୍ଠାନ ଗୁଡିକ ମଧ୍ୟରୁ
ରିୟଲ ଷ୍ଟାର ଏକାଡେମି ଅନ୍ୟତମ. ଏହି ଅନୁଷ୍ଠାନ ର ଗୁରୁଜୀ ପ୍ରଦୀପ କୁମାର ସେଠି ନିଜର ନୃତ୍ୟ ଶିକ୍ଷା ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅଧିକାର କରିଛି. ଆଜି ବ୍ରହ୍ମପୁର ଜୁବୁଲି ଟାଉନ ହଲ ଠାରେ ରିୟଲ ଷ୍ଟାର ଡାନ୍ସ ଏକାଡେମି ତରଫରୁ ବିଭିନ୍ନ ଶିଶୁ କଳାକାର ଙ୍କୁ ନେଇ ଜୟଯବାନ ଜୟ କିସାନ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ଶିଶୁ ମାନେ ନିଜର କଳା ପ୍ରତିଭା ପଦର୍ଶନ କରିଥିଲେ.ପରିଶେଷରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଯଇଥିଲା.ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ.ଏଥି ସହିତ ଉପସ୍ଥିତ ଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ.ଆର୍ବନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ, ଜିଆଇପିଏସ. ଚେୟାର ମେନ ପ୍ରଶାନ୍ତ କୁମାର ମହାପାତ୍ର.କର୍ପରେଟର ସୁରେନ୍ଦ୍ର ମହାରଣା,ଡ଼ଃ ସୋନାଲି ଗନ୍ତାୟତ,ସମାଜ ସେବକ ସନ୍ତୋଷ କୁମାର ପାତ୍ର, ସାମ୍ବାଦିକ ସୁଦିପ ସାହୁ, ସାମନ୍ତ ରାୟଏକାଡୋମୀ ର ଦେବାସ ପ୍ରମୁଖ ଉପସ୍ଥିତ ଥିଲେ.ରିୟଲ ଷ୍ଟାର ଡାନ୍ସ ଏକାଡେମିର ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଓ ସମସ୍ତ ଗୁରୁଜୀ ଏହି
କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here