ଗଣେଷ ଭସାଣୀ ସମୟରେ କେନାଲରେ ବୁଡି ଜଣେ ନାବାଳିକାର ମୃତ୍ୟୁ

0
708

ଭଞ୍ଜନଗର: ଭଞ୍ଜନଗର ଥାନା ଅଧିନ ଡହ ଇନ୍ଦାଗଡ ନିକଟରେ ଆଜି ଅପରାହ୍ନରେ ଗଣେଷ ଭସାଣୀ ସମୟରେ କେନାଲରେ ବୁଡି ଜଣେ ନାବାଳିକାର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଡହ ଗ୍ରାମର ପ୍ରଶାନ୍ତ ସାହୁଙ୍କ ୧୦ ବର୍ଷର ଝିଅ ରୁପାଲି। ସୂଚନା ଅନୁଯାୟୀ, ରୂପାଲି ଆଜି ଅପରାହ୍ନରେ ସାଙ୍ଗସାଥୀ ମାନଙ୍କ ସହ ମିଶି ଗ୍ରାମ ନିକଟ ଡହ କେନାଲକୁ ଗଣେଷ ଭସାଣୀ କରିବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ବଶତ ଜଣେ ନାବାଳିକା ପାଣିରେ ବୁଡି ଯାଇଥିଲେ। ତାକୁ ଉଦ୍ଧାର କରିବାକୁ କିଛି ପିଲା ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ରୂପାଲି ପାଣିରେ ଭାସି ପଳାଇଥିବା ବେଳେ ଦୁଇ ଜଣ ନାବାଳକ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଥିବା କିଛି ବ୍ୟକ୍ତି ତୁରନ୍ତ ନାବାଳକ ଦ୍ବୟକୁ ଉଦ୍ଧାର କରିଥିବା ବେଳେ ରୂପାଲି ଭାସି ପଳାଇଥିଲେ। କିଛି ଦୂରରୁ ରୂପାଲିକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ରୂପାଲିକୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ୍ ମୃତଦେଳହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠଇଛି। ଏସଂକ୍ରାନ୍ତରେ କେସ୍ ନମ୍ବର ୩୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here