ପୌର କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0
415

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ପୌରପରିଷଦ କର ଅସୁଲ କାରି କୈଳାଶ ଚନ୍ଦ୍ର ସାବତ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ସେ ୦୧/ଫେବୃୟାରୀ/୧୯୮୩ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲେ l ସେ ୩୬ ବର୍ଷ କାଳ ନିଜ ଦାୟିତ୍ୱରେ ରହି ଅଞ୍ଚଳ ବାସୀଙ୍କୁ ସେବା ପ୍ରଦାନ କରିଆସୁଥିଲେ l ଅଞ୍ଚଳବାସୀ ତାଙ୍କ କାର୍ଯ୍ୟରେ ପ୍ରୀତ ଥିଲେ l ବରିଷ୍ଠ କର୍ମଚାରୀ ଭାବରେ ପୌରପରିଷଦର ବିଭିନ୍ନ ସମସ୍ୟା ସମାଧାନ ପାଇଁ ତାଙ୍କୁ ଖୋଜା ପଡୁଥିଲା l ତା ସହ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସହିତ ସୁସମ୍ପର୍କ ରଖିବା ଏବଂ ମିଷ୍ଟ ବ୍ୟବହାର ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ l ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମୟରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ, ବିଡ଼ିଓ ପ୍ରଶନ୍ନ ପାତ୍ର, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ ମିଶ୍ର ପ୍ରମୂଖଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here