ବ୍ରଜନଗର ଏବଂ ଶକ୍ତିନଗର ସମସ୍ୟା ନେଇ କୁକୁଡାଖଣ୍ଡି ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ

0
248

କୁକୁଡ଼ାଖଣ୍ଡି: କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବ୍ରଜନଗର ଉନ୍ନୟନ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ବ୍ରଜନଗର ଉନ୍ନୟନ ପରିଷଦ ସମ୍ପାଦକ ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବ୍ରଜନଗରରେ ଲାଗିରହିଥିବା ରାସ୍ତା ଘାଟ,ପରିମଳ,ଡ୍ରେନଜ୍ ଏବଂ ଷ୍ଟ୍ରୀଟ୍ ଲାଇଟ୍,କଲ୍ୟାଣ ମଣ୍ଡପ ନିମିତ୍ତ ଉଦ୍ଧିଷ୍ଟ ଅର୍ଥର ଅବ୍ୟବହାର ଆଦି ଏବଂ ଶକ୍ତିନଗରର ପ୍ରଥମ ଗଳି ଡ୍ରେନ୍ ସମସ୍ୟା ନେଇ କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ୱାଇଁଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏନେଇ ଦାବୀ ପତ୍ର ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ପରିଷଦର ପ୍ରତିନିଧିମଣ୍ଡଳୀ ନୂତନ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ପରେ ବ୍ରଜନଗର ବାସିନ୍ଦା ଭୋଗୁଥିବା ମୌଳିକ ସମସ୍ୟା ଜନିତ ଅସୁବିଧା ନେଇ ଦୃଷ୍ଟି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପରିଷଦ ପକ୍ଷରୁ ବୈକୁଣ୍ଠ ନଗର ସ୍ଥିତ ସ୍ପୋର୍ଟସ ଏରେନା ପାର୍ଶ୍ଵ ଦେଇ ଆସିଥିବା ଏକ ନାଳକୁ କିଭଳି ବ୍ରହ୍ମପୁର ମହାନଗର ନିଗମ ଦ୍ଵାରା ବ୍ରଜନଗର ପ୍ରଥମ ଗଳିରେ କୌଣସି ବ୍ୟବସ୍ଥିତ ଡ୍ରେନ ଙ୍କରାନଯାଇ ଖୋଲରେ ଛାଡ଼ିଦିଆଯାଇଚ୍ଛି ଏବଂ ତଦ୍ୱାରା ସୃଷ୍ଟ ପରିସ୍ଥିତି ନେଇ ବିଡିଓଙ୍କ ଧ୍ୟାନ ଆକର୍ଷଣ କରାଯିବା ସହ ଏନେଇ ବିଏମସି କମିଶନରଙ୍କ ଉଦ୍ଧେଶ୍ୟରେ ଏକ ପ୍ରତିବାଦ ପତ୍ର ଲେଖିବା ପାଇଁ ଅନୁରୋଧ କରାଯାଇଥିଲା । ଏ ସଂକ୍ରାନ୍ତରେ ସେ ବିଏମସିକୁ ଚିଠି କରିବେ ବୋଲି କହିଥିଲେ । ସେଇଭଳି ବ୍ରଜନଗରର ସମସ୍ତ ଗଳିରେ ନଷ୍ଟ ହୋଇ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ରାସ୍ତା ଘାଟର ପୁନରନିର୍ମାଣ, ସମସ୍ତ ଗଳିରେ ପର୍ଯ୍ୟାପ୍ତ ଷ୍ଟ୍ରୀଟ ଲାଇଟ୍ ଲଗେଇବା,ବ୍ରଜନଗର ସମ୍ପ୍ରସାରିତ ଦ୍ୱିତୀୟ ଗଳିରେ ନିର୍ମାଣଧିନ ଅସମ୍ପୂର୍ଣ୍ଣ ଡ୍ରେନ କାମ ସଂପୂର୍ଣ୍ଣ କରିବା ଏବଂ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ ।ତତ୍ ସହିତ ବ୍ରଜନଗର ପ୍ରଥମ ଗଳିରେ ନିର୍ମିତ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିମିତ୍ତ ବିଧାୟକ ହାତ ପାଣ୍ଠିରୁ ୨୦୧୯ ମସିହାରୁ ଅନୁମୋଦିତ ହୋଇଥିବା ପାଞ୍ଚ ଲକ୍ଷ ଟଙ୍କାରୁ କାଣିଚାଏ ମଧ୍ୟ ଖର୍ଚ୍ଚ ନହୋଇ ପଡିରହିଥିବା ଏବଂ ତୁରନ୍ତ ତାହାର ସଦୁପଯୋଗ କରିବା ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା ।ଏତଦ୍ ବ୍ୟତୀତ ଶକ୍ତି ନଗର ପ୍ରଥମ ଓ ଦ୍ବିତୀୟ ଗଳିରେ ବିଧିବଦ୍ଧ ଡ୍ରେନ ନଥିବାରୁ ସେହି ଅଞ୍ଚଳ ବାସିନ୍ଦା ଭୋଗ କରୁଥିବା ଅସହ୍ୟ ଯନ୍ତ୍ରଣା ବିଶେଷ କରି ବର୍ଷା ଦିନେ ଘରେ ପାଣି ଲହଡ଼ି ମାରୁଥିବା ବିଷୟରେ ସାହି ବାସିନ୍ଦା ଅବଗତ କରାଇଥିଲେ ।ପରିଷଦ ଠାରୁ ସମସ୍ତ ବିଷୟ ଅବଗତ ହେବା ପରେ ଆସନ୍ତା ଶନିବାର ଦିନ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ସାଙ୍ଗରେ ନେଇ ସେ ନିଜେ ସେହି ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ସଭାପତିଙ୍କ ବ୍ୟତୀତ ସାଂଗଠନିକ ସମ୍ପାଦକ ଶ୍ରୀକାନ୍ତ ପଢିହାରୀ, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର,ସହ ସମ୍ପାଦକ ବି ଭି ସାଗର,ସଂଯୋଜକ ସିଏଚ୍ ରାମକୃଷ୍ଣ ଦାସ,ଉପଦେଷ୍ଟା ଇ ତାରକେଶ୍ୱର ଦୋରା, ପୂର୍ଣ୍ଣ ଚନ୍ଦ୍ର ବେହେରା,ଅଜିତ୍ ପଟ୍ଟନାୟକ ଓ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here